ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତାଙ୍କର ଆଜି ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସ୍ନେହଲତାଙ୍କୁ ଶେଷ ଦର୍ଶନ କରିବା ଲାଗି ଦାମଙ୍କ ବାସଭବନରେ ଲୋକଙ୍କ ଭିଡ ଜମିଛି । ଏହାସହିତ ଅନେକ ନେତା ମନ୍ତ୍ରୀମାନେ ମଧ୍ୟ ତାଙ୍କ ବାସଭବନରେ ପହଁଚିଛନ୍ତି । ଖାସ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମୋଦର ରାଉତଙ୍କ ବାସଭବନରେ ପହଁଚି ସ୍ନେହଲତା ମର ଶରୀରରେ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦାମଙ୍କ ସହିତ କିଛି ସମୟ କଥା ବାର୍ତ୍ତା ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ଅନେକ ରାଜନେତା ଏବଂ ମନ୍ତ୍ରୀ ମାନେ ମଧ୍ୟ ଦାମୋଦର ରାଉତଙ୍କ ବାସଭବନରେ ପହଁଚିଥିଲେ । ଯେପରିକି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ ନେତା ଆଦି । ସ୍ନେହଲତାଙ୍କ ମର ଶରୀର ନିକଟରେ ତାଙ୍କ ପିତ ଦାମୋଦର ରାଉତ ଏବଂ ପୁଅ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ , ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଡାଃ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତାଙ୍କର ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟଙ୍କ ଦ୍ୱାରା ଜାଣିବାକୁ ମିଳିଥିଲ ।