ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଶନିବାର ତାଙ୍କ ନିଜସ୍ୱ ପାର୍ଟିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଅର୍ଥଶାସ୍ତ୍ର ବିଷୟରେ ନା ପ୍ରଧାନମନ୍ତ୍ରୀଙ୍କୁ ଜଣା ଅଛି ନା ଅର୍ଥମନ୍ତ୍ରୀଙ୍କୁ, କାରଣ ଭାରତରେ ସବୁଠାରୁ ବଡ ତୃତୀୟ ଅର୍ଥବ୍ୟବସ୍ଥା ହେବା ପରେ ବି ତାକୁ ଦୁନିଆର ୫ ନମ୍ବର ଅର୍ଥବ୍ୟବସ୍ଥା କୁହାଯାଉଛି ।
ନିଜ ବୟାନ ପାଇଁ ବିବାଦରେ ରହୁଥିବା ସ୍ୱାମୀ କଟାକ୍ଷ କରି କହିଛନ୍ତି କି, ମୁଁ ବୁଝି ପାରୁନି କି ଭାରତ ବିଶ୍ୱର ସବୁଠାରୁ ବଡ ୫ମ ଅର୍ଥବ୍ୟସ୍ଥା ବୋଲି କାହିଁକି ପ୍ରଧାନମନ୍ତ୍ରୀ କହୁଛନ୍ତି , କାରଣ ଘରୋଇ ଉତ୍ପାଦ ଜିଡିପି ଗଣନା ପାଇଁ ବୈଜ୍ଞାନିକ ହିସାବରେ ଆମେରିକା ଏବଂ ଚୀନ୍ ପରେ ଭାରତ ତୃତୀୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ।
ଏକ କାର୍ଯ୍ୟକ୍ରମ ଜରିଆରେ ସ୍ୱାମୀ ଆହୁରୀ ମଧ୍ୟ କହିଛନ୍ତି କି , ଆମ ପ୍ରଧାନମନ୍ତ୍ରୀ ଏଭଳି କାହିଁକି କହୁଛନ୍ତି, ହୁଏତ ସେ ଏବଂ ଅର୍ଥମନ୍ତ୍ରୀ ଏ ବଷୟରେ ଜାଣି ନାହାନ୍ତି । ବିଟ୍ରେନର ବିଶ୍ୱବିଖ୍ୟାତ ହାର୍ବାଡ ବିଶ୍ୱବିଦ୍ୟାଳୟରେ ରେ ଅର୍ଥଶାସ୍ତ୍ରରେ ପିଏଚଡି କରିଥିବା ସୁବ୍ରମଣ୍ୟମ ସ୍ୱାମୀ ସର୍ବଦା ଜେଟଲୀଙ୍କୁ ଟାର୍ଗେଟ କରିଥାନ୍ତି ।