ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନକୁ ନେଇ ଦିଲୀରୁ ପଲୀ ସବୁଠି ଚାଲିଛି ମହାସମର । ସବୁ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଏଥିରୁ ବାଦ ପଡିନାହିଁ କଳିଙ୍ଗ ସେନା । କଳିଙ୍ଗ ସେନା ଗୋଟିଏ ଲୋକସଭା ଏବଂ ୧୯ ବିଧାନସଭା ପାଇଁ ୨୦ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଗାମି ଦିନରେ ବାକି ଆସନ ପାଇଁ ଦଳ ପ୍ର୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ଦେଇଛନ୍ତି ଦଳର ସୁପ୍ରିମୋ ହେମନ୍ତ ରଥ । ରବିବାର ସାମ୍ବାଦିକ ଭବନ ପରିସରରେ ଆୟୋଜିତ ହୋଇଥିବା ଏକ ସମ୍ବାଦିକ ସମିଳନୀରେ ଏଭଳି ଘୋଷଣା କରିଛନ୍ତି । ଚଳିତ ନିର୍ବାଚନରେ ଦଳର ଚିହ୍ନ ବ୍ୟାଟ ଏବଂ ବଲ ।
ତେବେ ଆସନ୍ତୁ ଜାଣିବା କାହାକୁ କେଉଁଠୁ ମିଳିଛି ଟିକେଟ କଳାହାଣ୍ଡି ଲୋକସଭା ଆସନ ପାଇଁ ଉଦୟନାଥ ଶବରଙ୍କ ନାମ ଘୋଷଣା ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ନର୍ଲାରୁ ସୁରେଶ ସାହୁ, ଭବାନୀପାଟଣାରୁ ବୃନ୍ଦାବନ ସୁନା, ଧର୍ମଗଡ଼ରୁ ବୈକୁଣ୍ଠ ଧଙ୍ଗଡ଼ାମାଝୀ, ବରିରୁ ପ୍ରକାଶ ନାୟକ, ସୁକିନ୍ଦାରୁ ଯଦୁମଣି ମହାନ୍ତ, ବଡ଼ଚଣାରୁ ଦୀପକ ସାହୁ, ଧର୍ମଶାଳାରୁ ରବୀନ୍ଦ୍ର ଧିର, ଘସିପୁରାରୁ ଜଗବନ୍ଧୁ ମହାନ୍ତ, କେଉଁଝର ସଦରରୁ ଅଭୟ ସିଂହ, ଚମ୍ପୁଆରୁ ଗଙ୍ଗା ମହାକୁଡ଼, ନୟାଗଡ଼ରୁ ଶ୍ରୀକାନ୍ତ ଦାସ, ରଣପୁରରୁ ରେଣୁବାଳା ମହାନ୍ତି, ଖଣ୍ଡପଡ଼ାରୁ କୃତିବାସ ସାହୁ, ଦଶପଲ୍ଲାରୁ ଅରୁ ଦେଈ, ଭଦ୍ରକରୁ ଅଶୋକ ସାହୁ, ଖଲ୍ଲିକୋଟରୁ ରଞ୍ଜନ ଡାଙ୍ଗୁଆ, ଭଞ୍ଜନଗରରୁ ସୁରେଶ ନାଇକ, ଜଟଣୀରୁ ଅନାମ ପରିଡ଼ା ଓ କନ୍ଧମାଳରୁ ଅନନ୍ତ କହଁର ନାମ ରହିଛି ।
ଦଳ ମୁଖ୍ୟତଃ ଯୁବପିଢ଼ୀଙ୍କ ଭୋଟ ବ୍ୟାଙ୍କ ଉପରେ ନଜର ପକାଇବ ବୋଲି ସୂଚନା ଦେଇଛି । କାରଣ ଯୁବ ପିଢ଼ୀଙ୍କ ପ୍ରିୟ ଖେଳ ହେଉଛି କ୍ରିକେଟ । ଏଣୁ ବ୍ୟାଟ ବଲ ଦେଖାଇ ଯୁବପିଢ଼ୀଙ୍କ ମନ କିଣିବା ପାଇଁ ଚେଷ୍ଟା କରିବ ଦଳ । କିନ୍ତୁ ଯୁବପିଢ଼ୀ ବଡ ଦଳକୁ ଦେଖି ଭୋଟଦେବେ କି ସବୁଦିନ ଧରୁଥିବା ଖେଳ ସାମଗ୍ରୀକୁ ଦେଖି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର ।