ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ-୧୨ ର ଏକ ମୁକାବିଲା ରେ ଜୋସ ବଟଲରକୁ ମାଙ୍କଡିଙ୍ଗ ରନ୍ ଆଉଟ କରିବା ପରେ ଆର.ଅଶ୍ୱିନ୍ ଙ୍କ ଉପରେ ଲଗାତର ପ୍ରଶ୍ନ ଉଠିଛି । ଏହି ମାମଲାରେ ଭାରତୀୟ ଖେଳାଳି ଏବଂ ଫେୟାର ପ୍ଲେ ପାଇଁ ପ୍ରସିଦ୍ଧ ରାହୁଲ ଦ୍ରାବିଡ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ବ୍ୟକ୍ତିଗତ ରୂପେ ବ୍ୟାଟସମ୍ୟାନଙ୍କୁ ଚେନାବନୀ ଦେଇଥାନ୍ତି । ଏହାସହିତ ସେ ଆର.ଅଶ୍ୱିନଙ୍କ ଉପରେ ଉଠୁଥିବା ପ୍ରଶ୍ନକୁ ଭୁଲ୍ କହିଛନ୍ତି ।
ଏକ ମିଡିଆକୁ ସାକ୍ଷାତ କରି ସେ କହିଛନ୍ତି କି, ଏଭଳି ଆଉଟ୍ ନିୟମରେ ରହିଛି । ସେଥିପାଇଁ ସେହି ସମୟରେ ମୋତେ କୌଣସି ଅସୁବିଧା ନଥିଲା । ଅଶ୍ୱିନ୍ ତାଙ୍କ ଅଧିକାର ଅନୁଯାୟୀ ଏହି ନିଷ୍ପତି ନେଇଛନ୍ତି । ହୁଏତ ବ୍ୟକ୍ତିଗତ ରୂପେ ମୁଁ ତାଙ୍କୁ ପସନ୍ଦ କରିବି । ଏହା ମୋ ବ୍ୟକ୍ତିଗତ ପସନ୍ଦ ହେବ, କିନ୍ତୁ ମୁଁ କୌଣସି ବ୍ୟକ୍ତିର ବିଚାରକୁ ବିଭିନ୍ନ ରୂପେ ଭାବିବା ପାଇଁ ସମ୍ମାନ ଦେଉଛି । ଆବଶ୍ୟକ ରୂପେ ମୁଁ ଏଥିରେ ସହମତ ହୋଇ ପାରିବି ନାହିଁ, କିନ୍ତୁ କୌଣସି ବ୍ୟକ୍ତି ବିନା ଚେନାବନୀରେ ରନ୍ ଆଉଟ କରିଦେବ ମୁଁ ଏନେଇ ସହମତ ନୁହେଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୋତେ ଲାଗୁଛି କି ଏହି ମାମଲାରେ ଯାହା ସବୁ ପ୍ରତିକିୟା ଆସୁଛି ତାହା ଅଧିକ ହୋଇ ଯାଉଛି । ଅଶ୍ୱିନ୍ ଙ୍କ ଭୂମିକା ଉପରେ ପ୍ରଶ୍ନ ଉଠା ଯାଉଛି, କାରଣ ସେ ଏହାକୁ ଭୁଲ୍ ଉପାୟରେ କରିଛନ୍ତି । ତାଙ୍କୁ ତାଙ୍କ ଦୃଷ୍ଟିକୋଣର ପୂରା ଅଧିକାର ରହିଛି । ଆପଣମାନେ ତାଙ୍କର ଏହି କାମ ପାଇଁ ଅସହମତ ହୋଇପାରନ୍ତି, କିନ୍ତୁ ସେ ଯାହା ବି କରିଛନ୍ତି ତାହା ତାଙ୍କ ଅଧିକାରରେ ଥିଲା । ଏହାକୁ ନେଇ ତାଙ୍କ ଖେଳ ଉପରେ ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଭୁଲ୍ ।