ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ନ୍ୟୁନତମ ଆୟ ଗ୍ୟାରେଣ୍ଟି ଯୋଜନାର ପ୍ରତିଶୃତି ପରେ ଯୋଜନା ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ପ୍ରତିକ୍ରିୟାକୁ ନେଇ ତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କଂଗ୍ରେସର ଏହି ପ୍ରତିଶୃତିର ଆଲୋଚନା ରାଜୀବ କୁମାର କରିଥିଲେ ଏବଂ ଦେଶର ଅର୍ଥବ୍ୟବସ୍ଥା ପାଇଁ କ୍ଷତିକାରକ ବୋଲି କହିଥିଲେ । ଏହି ମାମଲାରେ ଆୟୋଗ ପକ୍ଷରୁ ରାଜୀବ କୁମାରଙ୍କୁ ନୋଟିସ ଜାରି କରାଯାଇ ଜବାବ ମଗା ଯାଇଛି ।
ନିର୍ବାଚନ ଆୟୋଗ ପକ୍ଷରୁ ସୋମବାର ନିତୀ ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ନୋଟିସ୍ ପଠାଯାଇଛି । ରାଜୀବ ‘କାର୍ଯ୍ୟପାଳିକାର ଅଧିକାରୀ’ ଶ୍ରେଣୀରେ ଥିବା ଯୋଗୁଁ ତାଙ୍କୁ ପ୍ରତିକ୍ରିୟାକୁ ନିର୍ବାଚନ ଆଚାର ସଂହିତାର ଉଲଂଘନ ବୋଲି କୁହାଯାଉଛି ।
ନ୍ୟୁନତମ ଆୟ ଯୋଜନାର ଘୋଷଣାକୁ ନିତୀ ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ କି ଏହା କଂଗ୍ରେସ ପୂରଣ ନକରିବାର ନିର୍ବଚନୀ ପ୍ରତିଶୃତି । ସେ ଟ୍ୱିଟ୍ କରି କହିଥିଲେ ଯେ ପ୍ରସ୍ତାବିତ ଆୟ ଗ୍ୟାରେଣ୍ଟି ଯୋଜନା ଅର୍ଥଶାସ୍ତ୍ର ପରିକ୍ଷଣ, ଅନୁଶାସନ ପରିକ୍ଷଣ ହେବ ଏବଂ ନିଷ୍ପାଦନ ପରିକ୍ଷଣରେ ବିଫଳ ହେବ ।
"The proposed income guarantee scheme fails the economics test, fiscal discipline test and execution test" #MinimumIncomeGuarantee #GDP #IndiaEconomy #FiscalDeficit #Budget https://t.co/Br2cqGkYo9
— Rajiv Kumar 🇮🇳 (@RajivKumar1) March 26, 2019