ମୁମ୍ବାଇ (ଏଟିଆର ବ୍ୟୁରୋ): ନରେନ୍ଦ୍ର ମୋଦିଙ୍କ ବ୍ୟତିତ ଅନ୍ୟ କେହିି ସତ୍ତାକୁ ଆସିବା ଦେଶ ପାଇଁ ବିପଦ ହୋଇପାରେ ବୋଲି ବଲିଉଡ ଅଭିନେତ୍ରୀ ଏବଂ ବିଜେପି ସାଂସଦ ହେମାମାଳିନୀ କହିଛନ୍ତି । କାରଣ ମୋଦି ତାଙ୍କ କାର୍ଯ୍ୟକାଳରେ ଯାହା ସବୁ କରିଛନ୍ତି, ତାକୁ କରିବାର ତାକତ କାହାରି ପାଖରେ ନାହିଁ । ସେଥିପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ପୁଣି ଥରେ ମୋଦି ଜୀ ଆସିବେ । ଯଦି ଅନ୍ୟ କେହି ସତ୍ତାକୁ ଆସନ୍ତି ତେବେ ଏହା ଦେଶ ପାଇଁ ବିପଦ ହୋଇପାରେ ।
ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ମନେପକାଇ ହେମାମାଳିନୀ କହିଛନ୍ତି କି, ଏହି ସବୁ କରିବା ପାଇଁ ପୂର୍ବବର୍ତ୍ତି ସରକାରଙ୍କର ସାହାସ ନଥିଲା । ମାତ୍ର ବିପକ୍ଷ ଦଳ ସବୁବେଳେ ପ୍ରଧାନମନ୍ତ୍ରୀଙ୍କୁ ନୀଚା ଦେଖାଇାବାକୁ ଲାଗିପଡିଥିବାରୁ ଏହାକୁ ଦେଖିଲା ପରେ ଦୁଃଖ ଲାଗେ । ଦେଶ ପାଇଁ ଯାହା ଠିକ୍ ତାହାକୁ ପ୍ରଧାନମନ୍ତ୍ରୀ ନିର୍ଭୟ ଏବଂ ନିସ୍ୱାର୍ଥର ସହ କରିଥାନ୍ତି ।
ସେପଟେ ବିଜେପିର ଅଧିକାଂଶ ନେତା ମୋଦିଙ୍କୁ ଅନୁକରଣ କରି ସେମାନଙ୍କ ସୋସିଆଲ ମିଡିଆରେ ‘ମେଁ ଭି ଚୌକିଦାର’ ଶଦ୍ଧ ଯୋଡି ନେଇଛନ୍ତି, କିନ୍ତୁ ହେମା ଏପର୍ଯ୍ୟନ୍ତ ଏଭଳି କିଛି କରି ନାହାନ୍ତି ।
ଏହାକୁ ନେଇ ହେମାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି କି, ବିଲକୁଲ୍ ମୁଁ ଭି ଚୌକିଦାର । ଆମ ପ୍ରଧାନମନ୍ତ୍ରୀ ଚୌକିଦାର ଏବଂ ଆମେ ସମସ୍ତେ ତାଙ୍କ ସାଥୀରେ ଅଛୁ ।