ମୁମ୍ବାଇ (ଏଟିଆର ବ୍ୟୁରୋ): ଲୋକସଭା ମହାସମର ପାଇଁ ପ୍ରାର୍ଥା ଘୋଷଣା ହୋଇସାରିଛନ୍ତି । ଏହି ମହାସମର ପାଇଁ ରାଜନେତା ଠାରୁ ଆରମ୍ଭ କରି ଅଭିନେତା ଏବଂ ଅଭତନେତ୍ରୀ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗେସରେ ସାମିଲ ହେବା ସହ ଉତ୍ତର ମୁମ୍ବାଇ ପାଇଁ ନିର୍ବାଚନୀ ଟିକେଟ ପାଇବାକୁ ନେଇ ଟ୍ରୋଲର୍ସ ତାଙ୍କ ଉପରେ ହମଲା କରିଥିଲେ । ଇତି ମଧ୍ୟରେ ଉର୍ମିଳାଙ୍କ ସପକ୍ଷ ରହି ଅଭିନେତ୍ରୀ ରୀତୁ ଶିବପୁରୀ ଏକ ମୋର୍ଚ୍ଚା ଖୋଲିଛନ୍ତି ।
ଏନେଇ ରୀତୁ କହିଛନ୍ତି କି, ଯଦି କୌଣସି ବ୍ୟକ୍ତି ଦେଶ ପାଇଁ ଭଲ କାମ କରିବାକୁ ଚାହୁଁଛନ୍ତି ତେବେ ଏହା ଦେଶ ପାଇଁ ଭଲ କଥା । ତାଙ୍କୁ ଟ୍ରୋଲ କରି ନୀଚ ଦେଖାଇବା ଏହା ସମ୍ପୂର୍ଣ୍ଣ ଭୂଲ୍ । ରାଜନୀତିରେ ଯେଉଁ ସବୁ ନୂଆ ବ୍ୟକ୍ତି ପାଦ ଥାପୁଛନ୍ତି ସେମାନଙ୍କୁ ସୁଯୋଗ ଦେବା ଉଚିତ୍ । ସେ ତେଣିକି କଳାକାର ହୋଇଥାନ୍ତୁ ଅବା ସାଧାରଣ ବ୍ୟକ୍ତି ।
ସେପଟେ ରିତୁଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି କି ମୁଁ ଏନେଇ କିଛି ଭାବି ନାହିଁ । ଏହାସହିତ ଦୀର୍ଘ ଦିନ ହେବ କିଶୋର କୁମାରଙ୍କୁ ଭାରତ ରତ୍ନ ଦିଆଯିବା ଦାବିକୁ ନେଇ ରୀତୁ କହିଛନ୍ତି ଯେ, ଏହି ପୁରସ୍କାର ପାଇଁ ସେ ଦାବିଦାର,ଯଦି ତାଙ୍କୁ ପୁରସ୍କାର ଦିଆଯିବ ନାହିଁ ତେବେ ଆଉ କାହାକୁ ଦିଆଯିବ ।