ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ସୁପ୍ରିମ କୋର୍ଟ ପକ୍ଷରୁ ସୋମବାର ଘରୋଇ କମ୍ପାନୀରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ପୂର୍ବ ଅପେକ୍ଷା ଅଧିକ ପେନସନ୍ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାଦ୍ୱାରା ପେନସନ୍ ରେ ଅଧିକ ଗୁଣା ବୃଦ୍ଧି ହୋଇଯିବ । ସେପଟେ ଇପିଏଫଓ ଦ୍ୱାରା କେରଳ ହାଇକୋର୍ଟ ର ନିଷ୍ପତି ବିରୋଧରେ ଦାଖଲ ହୋଇଥିବା ବିଶେଷ ପିଟିସନକୁ ଅଦାଲତ ପକ୍ଷରୁ ଖାରଜ କରିଦିଆଯାଇଛି ।
ହାଇକୋର୍ଟ ପକ୍ଷରୁ ଇପିଏଫଓ କୁ କୁହାଯାଇଥିଲା କି, ସମସ୍ତ ସେବାନେତୃତ୍ୱ କର୍ମଚାରୀଙ୍କୁ ତାଙ୍କର ପୂରା ବେତନ ଅନୁସାରେ ପେନସନ ଦିଆଯାଉ, ନା କି ଅଂଶଦାନ ଅନୁଯାୟୀ ଯାହା ପ୍ରତିମାସରେ ଅଧିକତମ ୧୫ ହଜାର ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏନେଇ ସର୍ବୋଚ୍ଚ ନ୍ୟାୟଳୟ ପକ୍ଷରୁ କୁହାଯାଇଛି କି, ବିଶେଷ ପିଟିସନ୍ରେ ସେଭଳି କୌଣସି ଯୋଗ୍ୟତା ମିଳିଲା ନାହିଁ । ସେଥିପାଇଁ ପିଟିସନ୍ କୁ ଖାରଜ କରି ଦିଆଯାଇଛି ।
ଏପଟେ କର୍ମଚାରିଙ୍କ ପେନସନ୍ ବୃଦ୍ଧି ବିଷୟ ଖୁସିର କଥା ହୋଇଥିବା ବେଳେ ସେପଟେ ପିଏଫ ଫଣ୍ଡ ରେ କମି ଯିବ । ଏହାର ଅଧିକ ଅଂଶ ପିଏଫ ବଦଳରେ କର୍ମଚାରୀ ପେନସନ ଯୋଜନା ଇପିଏସକୁ ଯିବ । କେନ୍ଦ୍ରସରକାର ପକ୍ଷରୁ ଇପିଏସ୍ ର ଶୁଭାରମ୍ଭ ୧୯୯୫ ମସିହାରେ କରାଯାଇଥିଲା ।
ହୁଏତ ୧୯୯୬ ମସିହାରେ ସରକାରଙ୍କ ପକ୍ଷରୁ ଏହାକୁ ଆଇନରେ ସଂଶୋଧନ କରାଯାଇଥିଲା । ଏହା ଅନୁଯାୟୀ ଯଦି କର୍ମଚାରୀ ନିଜର ପୂରା ବେତନ ହିସାବରେ ଯୋଜନାରେ ଯୋଗଦାନ ଦେବାକୁ ଚାହିଁବେ ଏବଂ କର୍ମଚାରୀ ଏଥିପାଇଁ ରାଜି ହୋଇଯିବେ ତେବେ ତାଙ୍କୁ ପେନସନ୍ ବି ସେହି ହିସାବରେ ମିଳିବା ଉଚିତ୍ । ବର୍ଷ ୨୦୧୪ ସେପ୍ଟମ୍ବର ମାସରେ ଇପିଏଫଓ ପକ୍ଷରୁ ନିୟମକୁ ବଦଳା ଯାଇଥିଲା । ଏହାପରେ ଅଧିକତମ ୧୫ ହଜାର ଟଙ୍କାର ୮.୩୩ ପ୍ରତିଶତ ଯୋଗଦାନକୁ ମଞ୍ଜୁର ମିଳିଯାଇଛି ।
ନିୟମ ଅନୁଯାୟୀ ଯଦି କୌଣସି କର୍ମଚାରୀ ତାଙ୍କ ବେତନର ପୁରା ପେନସନ ନେବାକୁ ଚାହୁଁଛନ୍ତି ତେବେ ତାଙ୍କର ପେନସନ୍ ବେତନ ପାଞ୍ଚ ବର୍ଷ ହିସାବରେ ପ୍ରସ୍ତୁତ କରାଯିବ । ଏହାପୂର୍ବରୁ ଏହାକୁ ଗତ ବର୍ଷର ହାରାହାରି ବେତନ ଉପରେ ପ୍ରସ୍ତୁତ କରାଯାଉଥିଲା । ଯେଉଁଥି ପାଇଁ ଅନେକ କର୍ମଚାରୀଙ୍କ ବେତନ ହ୍ରାସ ହୋଇଯାଇଥିଲା । ଏହି ମାମଲାରେ ହାଇକୋର୍ଟରେ ପହଁଚିଥିଲା । ଏହାପରେ କେରଳ ହାଇକୋର୍ଟ ପକ୍ଷରୁ ସେପ୍ଟମ୍ବର ୧,୨୦୧୪ ରେ ହୋଇଥିବା ପରିବର୍ତ୍ତନକୁ ରଦ୍ଦ କରି ପୁରୁଣା ପ୍ରଣାଳୀକୁ ପୁନରୁଦ୍ଧାର କରିଦିଆଯାଇ ଥିଲା ।