ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ଘୋଷଣାପତ୍ରକୁ ନେଇ ଜୋରଦାର୍ ହମଲା କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କି, ରାହୁଲ ଗାନ୍ଧୀ ବିପଦପୂର୍ଣ୍ଣ ପ୍ରତିଶୃତି କରିଛନ୍ତି । କଂଗ୍ରେସର ଘୋଷଣାପତ୍ର ଏଜେଣ୍ଡା ଦେଶକୁ ଭାଙ୍ଗିଦେବ । ଦେଶଦ୍ରୋହର ଆଇନ ହଠାଇବା କଥା କହୁଥିବା କଂଗ୍ରେସ ଗୋଟେ ଭୋଟ ପାଇଁ ବି ହକଦାର୍ ନୁହେଁ ।
ପ୍ରକୃତରେ କଂଗ୍ରେସ ତାର ଘୋଷଣାପତ୍ରରେ ଦେଶଦ୍ରୋହର ଧାରା ୧୨୪ଏ କୁ ହଟାଇବା ଏବଂ ଏଏଫଏସପିଏ ର ସମୀକ୍ଷା କଥା କହିଛି । ଏହାକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜଟେଲୀ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ହମଲା କରିଛନ୍ତି ।
ଅରୁଣ ଜେଟଲୀ କହିଛନ୍ତି କି, କଶ୍ମୀରରେ ସେନାଙ୍କୁ କମଜୋର କରି ପଥରବାଜ୍କୁ ଦୃଢ କରିବାକୁ ଚାହୁଁଛି କଂଗ୍ରେସ । ମାଓବାଦୀଙ୍କ ଚଙ୍ଗଲକୁ କଂଗ୍ରେସ ପଳାଇଛି । ଯେଉଁ ପ୍ରାବଧାନକୁ ନେହେରୁ ଠାରୁ ନେଇ ଇନ୍ଦୀରା ଗାନ୍ଧୀ ପର୍ଯ୍ୟନ୍ତ ଉଠାଇ ନାହାନ୍ତି, ରାହୁଲ ତାକୁ ହଟାଇବା କଥା କହୁଛନ୍ତି । ସେନାଙ୍କୁ ମଜାକ କରି ରଖିଛି କଂଗ୍ରେସ । ଏହାସହିତ ଅରୁଣ ଜେଟଲୀ ନ୍ୟାୟ ଯୋଜନାକୁ ନେଇ କଂଗ୍ରେସ ଉପରେ ହମଲା କରିଛନ୍ତି ।