ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ କୁ ନେଇ କଂଗ୍ରେସ ନେତାଙ୍କ ଉପରେ ହମଲା କରିଛନ୍ତ ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିବେକ ଓବରାୟ । ଲୋକସଭା ନିର୍ବାଚନ ପୂର୍ବରୁ ଫିଲ୍ମର ରିଲିଜ୍ କୁ ନେଇ ବିବାଦ ବଢିବାରେ ଲାଗିଛି ।
କଂଗ୍ରେସ ନେତାମାନଙ୍କୁ ଏହି ଫିଲ୍ମ ପାଇଁ ଡର ଲାଗୁଛି ନା ଚୌକିଦାରଙ୍କ ଲାଠିକୁ ବୋଲି ବିବେକ ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ଏବଂ ବରିଷ୍ଠ ଓକିଲ କପିଲ ସିବ୍ୱଲ ଓ ଅଭିଶେକ ମନୁ ସିଂଘବୀ ବିଷୟରେ ବିବେକ କହିଛନ୍ତି କି, ଏତେ ବଡ ଓକିଲ ଗୋଟେ ମାମୁଲି ଫିଲ୍ମ ଉପରେ ଜନହିତ ପିଟିସନ ଦାଖଲ କରି ସମୟ ବରବାଦ୍ କରୁଛନ୍ତି ।
ନ୍ୟୁଜ୍ ଏଜେନ୍ସି ଏଏନଆଇ କୁ ସାକ୍ଷାତ କରି ବିବେକ କହିଛନ୍ତି କି, ‘ ମୁଁ ବୁଝି ପାରୁନି କିଛି ଲୋକ ଏଭଳି ପ୍ରକାର ଓଭରରିଆକ୍ଟ କାହିଁକି କରୁଛନ୍ତି । ଅଭିଶେକ ମନୁ ସିଂଘବୀ ଜୀ ଏବଂ କପିଲ ସିବ୍ୱଲ ଜୀ ଭଳି ବରିଷ୍ଠ ଏବଂ ପ୍ରସିଦ୍ଧ ଓକିଲ ଏହି ସାମାନ୍ୟ ଫିଲ୍ମ ଉପରେ ଜନହିତକର ପିଟିସନ ଦାଖଲ କରିବାରେ ନିଜର ସମୟ କାହିଁକି ଖରାପ କରୁଛନ୍ତି? ଜଣା ନାହିଁ ଫିଲ୍ମକୁ ଡରୁଛନ୍ତି କି ଚୌକିଦାରର ଲାଠିକୁ । ’
Vivek Oberoi: I don't understand why some people are overreacting like this. Why are such senior and famous lawyers like Abhishek Singhvi ji and Kapil Sibal ji wasting time on filing a PIL on such a modest film? Don't know if they are scared of the film or of Chowkidar's 'danda'. pic.twitter.com/aY7cvz4loB
— ANI (@ANI) April 3, 2019