ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଦଳର ହେବିୱେଟଙ୍କ ଆଗମନ ପାଇଁ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ପୁର୍ବ।ହ୍ନ ୧୦ଟାରେ ମୋଦି ସୁନ୍ଦରଗଡ କିରେଇ ନିକଟରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ହେଲିପ୍ୟାଡ ନିର୍ମ।ଣ ସହ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ସୁନ୍ଦରଗଡ ପରେ ପ୍ରଧାନମନ୍ତ୍ରୀ ସୁବର୍ଣ୍ଣପୁର ଗସ୍ତରେ ଯିବେ । ରାମେଶ୍ୱର ଷ୍ଟାଡିୟମରେ ଏକ ବିଶାଳ ସମାବେଶ କରାଯିବ ବୋଲି ସୂଚନା ମିଳିଛି । ଏଠାରେ ହଜାର ହଜାର ସମର୍ଥକ ଯୋଗ ଦେବେ । ଦିନ ୧.୨୦ରେ ଏଠାରେ କାର୍ଯ୍ୟକ୍ରମ କରାଯିବ ବୋଲି ବିଜେପି ସୂଚନା ଦେଇଛି । ତେବେ ସୁବର୍ଣ୍ଣପୁର ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଲାଙ୍ଗୀର ଏବଂ ଲୋକସଭାର ପ୍ରାର୍ଥୀଙ୍କ ସହିତ ବିଧାୟକ ପ୍ରାର୍ଥୀ ମଧ୍ୟ ଯୋଗ ଦେବେ । ନିର୍ବାଚନ ପୂର୍ବରୁ ଗୁରୁଜ୍ଞାନ ଦେବେ ପ୍ରଧାନ ମନ୍ତ୍ରୀ । ତେବେ ଏଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପାଖାପାଖି ଲକ୍ଷେ ଲୋକ ଯୋଗ ଦେଇପାରନ୍ତି ।
ପ୍ରଧାନମନ୍ତ୍ରୀ ଏହା ପୂବରୁ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ ଏବଂ ରାଜ୍ୟ ସରକାରଙ୍କୁ ତେରେଛା ବାଣ ମଧ୍ୟ ଓଡିଶା ଗସ୍ତରେ ମାରିଛନ୍ତି ମୋଦି । ତେବେ ଆସନ୍ତା କାଲି ଭାଷଣରେ ମୋଦି କଣ କହିବେ ତାଉପରେ ସମସ୍ତଙ୍କ ନଜର । ମୋଦିଙ୍କ ପରେ ଆସନ୍ତା ୭ ଏବଂ ୯ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବାରମ୍ବାର କେନ୍ଦ୍ରୀୟ ନେତାଙ୍କ ଓଡିଶା ଆଗମନ ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।