ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ରହିଲା ନିର୍ବାଚନ । ଏନେଇ ବିଭିନ୍ନ ଦଳ ପକ୍ଷରୁ ଖୁବ୍ ଜୋର୍ ସୋରରେ ଚାଳଛି ନିର୍ବାଚନୀ ପ୍ରଚାର । ଇତି ମଧ୍ୟରେ ତାମିଲନାଡୁର ବିରୁଧନଗରରେ କଂଗ୍ରେସ ପାର୍ଟି ପକ୍ଷରୁ ଏକ ସାର୍ବଜନିକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଖାଲି ପଡିଥିବା ଚୌକିକୁ ଦେଖି ଜଣେ ସାମ୍ବାଦିକ ଫଟୋ ଉଠାଉଥିବାରୁ ତାଙ୍କୁ ଦଳ ପକ୍ଷରୁ ମାଡ ମରାଯାଇଛି ।
#WATCH Tamil Nadu: Congress workers manhandle and thrash photojournalists who were allegedly clicking pictures of empty chairs at a public rally by the party in Virudhunagar. (06.04.2019) pic.twitter.com/epTiD9iLtK
— ANI (@ANI) April 7, 2019
କୁହାଯାଉଛି କି ଫଟୋ ସମ୍ବାଦିକ ଜଣଙ୍କ ରାଲିରେ ଖାଲି ପଡିଥିବା ଚୌକିକୁ ଦେଖି ଫଟୋ ଉଟାଉଥିଲେ । ସେହି ସମୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଫଟୋ ସମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ସେଠାରେ କିଛି ସମୟ ପର୍ଯ୍ୟନ୍ତି ଏଭଳି ଡ୍ରାମା ଚାଲିଥିଲା ।
ସେହି ସଭାରେ ଉପସ୍ଥିତ ଥିବା ଅନ୍ୟ ସମ୍ବାଦିକଙ୍କ କ୍ୟାମେରାରେ କଏଦ ହୋଇଥିଲା ଏହି ଦୃଶ୍ୟ । ଏହି ଭିଡିଓରେ ଜଣେ ବ୍ୟକ୍ତି ନଜର ଆସୁଛନ୍ତି ଯିଏ କି ସେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ବୋଲି କୁହାଯାଉଛି । ସେ ବ୍ୟକ୍ତି ଜଣଙ୍କ ସାମ୍ବାଦିକଙ୍କୁ ଜାବୁଡି ଧରିଛନ୍ତି ତାପରେ ଅନ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆସି ସମ୍ବାଦିକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳିଛି ।