ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ରାଜ୍ୟ ରାଜନୀତିର ତିନି ପ୍ରମୁଖ ଦଳର ବହୁ ହେବିୱେଟ ନେତା ନାମାଙ୍କନ କରିଛନ୍ତି । ଚଳିତ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପଟୁଆର କରି ନାମାଙ୍କନ କରିବା ପାଇଁ ଆସିଥିଲେ ନେତା । ମୁଖ୍ୟତଃ ପ୍ରାର୍ଥୀପତ୍ର ନାମାଙ୍କନ କରିବା ପାଇଁ ଆସୁଥିବା ବେଳେ ଜଣା ପଡିଯାଇଥାଏ କାହାର କେତେ ସମର୍ଥନ ରହିଛି । ଏଣୁ ସବୁ ନେତାମାନେ ଦଳବଳ ଘେନି ଉପଜିଲ୍ଲାପାଳଙ୍କ ଅଫିସରେ ପହଁଞ୍ଚି ନାମାଙ୍କନ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଆଜି କେଉଁମାନେ କରିଛନ୍ତି ନାମାଙ୍କନ ।
ବୈଜୟନ୍ତ ପଣ୍ଡା- କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ପ୍ରଥମ ଥର ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ । ନୂଆ ଦଳ,ନୂଆ କର୍ମୀଙ୍କ ମାହୋଲରେ ରହି ସଂସଦୀୟ କ୍ଷେତ୍ରର ସମସ୍ତ ଜନତାଙ୍କ ମନ ଜିଣିବା ପାଇଁ ବିଶାଳ ରାଲିରେ ନାମାଙ୍କନ କରିଛନ୍ତି ବୈଜୟନ୍ତ ।
ନିରଞ୍ଜନ ପଟ୍ଟନାୟକ- ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳୀୟ କର୍ମୀଙ୍କ ସହ କଂଗ୍ରେସର ଶକ୍ତି ପ୍ରଦର୍ଶନ କରିବା ସହିତ ବିଶାଳ ରାଲିରେ ମାଧ୍ୟରେ ନାମାଙ୍କନ ପାଇଁ ବାହାରିଥିଲେ ନିରଞ୍ଜନ ।
ଦାମ ରାଉତ- ରାଜ୍ୟ ରାଜନୀତିର ପୋଖତ ଖେଳାଳି କୁହାଯାଉଥିବା ଦାମ ରାଉତ ମଧ୍ୟ ଆଜି ନାମାଙ୍କନ କରିଛନ୍ତି । ବିଜୁବାବୁଙ୍କ ଅନୁଗତ ଭାବରେ ସେ ୭ଥର ବିଜୟ ହେବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ତେବେ ଏଥରକ ସେ ପାରାଦୀପ ଛାଡି ନିଜ ପୈତୃକ ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଆଜି ନିଜର ସମର୍ଥକଙ୍କ ସହ ଯାଇ ନାମାଙ୍କନ କରିଛନ୍ତି ଦାମ ।
ଦେବପ୍ରକାଶ ଅଗ୍ରୱାଲ- କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହେଉଛନ୍ତି ଦେବପ୍ରସାଦ । ସେ ମଧ୍ୟ ଆଜି ନାମାଙ୍କନ କରିଛନ୍ତି ।
ସମ୍ବିତ ରାଉତରାୟ-ଦାମ ରାଉତଙ୍କ ପୁଅ ହେଉଛନ୍ତି ସମ୍ବିତ ରାଉତ । ବାପା ପୂର୍ବରୁ ପାରାଦୀପରେ ବିଜେଡି ଟିକେଟ ବିଜୟ ହୋଇଥିବା ବେଳେ ଏଥରକ ବାପା ବିଜେପିରେ ଯୋଗ ଦେଇଛନ୍ତି । ତେବେ ଦାମଙ୍କ ଜାଗାରେ ସମ୍ବିତ ବିଜେଡି ଟିକେଟ ପାଇଛନ୍ତି । ଦଳୀୟ କର୍ମୀଙ୍କ ସହ ପଟୁଆର କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ନାମାଙ୍କନ କରିଛନ୍ତି ।