ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଦ୍ୱାରା ଘୋଷଣା ପତ୍ର ଜାରି କରାଯିବା ପରେ ଏବେ ଏହାକୁ ନେଇ ତର୍କ ବିତର୍କ ଚାଲିଛି । ପ୍ରକୃତରେ କାହା ପ୍ରତିଶୃତିରେ ଅଧିକ ଦମ୍ ରହିଛି? ପୂର୍ବରୁ କଂଗ୍ରେସ ପକ୍ଷରୁ ମଧ୍ୟ ଘୋଷଣାପତ୍ର ଜାରି କରାଯାଇଛି । ସୋମବାର ଦିନ ବିଜେପି ତାର ‘ସଂକଳ୍ପ ପତ୍ର’ ଜାରି କରିଛି । ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି କି ବିଜେପିର ଘୋଷଣାପତ୍ର ବନ୍ଦ କୋଠରୀରେ ପ୍ରସ୍ତୁତ କରାଯାଇଛି ।
ରାହୁଲ ଗାନ୍ଧୀ ଟ୍ୱିଟ୍ କରି ବିଜେପିର ଘୋଷଣାପତ୍ର ଉପରେ ହମଲା କରି କହିଛନ୍ତି କି, ଦୀର୍ଘ ସମୟର ବିଚାର ବିମର୍ଶ ପରେ କଂଗ୍ରେସର ଘୋଷଣାପତ୍ର ପ୍ରସ୍ତୁତ ହୋଇଛି । ଲକ୍ଷାଧିକ ଭାରତୀୟଙ୍କ ଇଛାକୁ ଏଥିରେ ସାମିଲ କରାଯାଇଛି । ଏହାଦ୍ୱାରା ଜନତାଙ୍କୁ ବଳ ମିଳିବ । ମାତ୍ର ବିଜେପିର ଘୋଷଣାପତ୍ର ବନ୍ଦ କୋଠରୀରେ ପ୍ରସ୍ତୁ କରାଯାଇଛି । ଏଥିରେ ଜଣେ ଅଲଗା ହୋଇଯାଇଥିବା ବ୍ୟକ୍ତିଙ୍କର ସ୍ୱର ରହିଛି । ଏହା ସମ୍ପୂର୍ଣ୍ଣ ଅଦୂରଦର୍ଶୀ ଏବଂ ଅହଂକାର ଭରା ।
The Congress manifesto was created through discussion. The voice of over a million Indian people it is wise and powerful.
The BJP Manifesto was created in a closed room. The voice of an isolated man, it is short sighted and arrogant.
— Rahul Gandhi (@RahulGandhi) April 9, 2019
ସେପଟେ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତି ଅଭିଯୋଗ କରିଛନ୍ତି କି ବିଜେପି କେବଳ ଜନତାଙ୍କୁ ଭୂଆଁ ବୁଲାଉଛି । ସଂକଳ୍ପ ପତ୍ର ଜାରି କରିବା ଅପେକ୍ଷା ଗତ ନିର୍ବଚନରେ କରିଥିବା ପ୍ରତିଶୃତି ଉପରେ କାର୍ଯ୍ୟକାରୀର ରିପୋର୍ଟ ଜନତାଙ୍କ ସାମ୍ନାରେ ପ୍ରସ୍ତୁତ କରିବାର ଥିଲା । ଦେଶର ୧୩୦ କୋଟି ଜନତା ନିଜକୁ ଠକିବାର ଅନୁଭବ କରୁଛନ୍ତି । ଗରିବ ବିରୋଧୀ ଘୋଷଣାପତ୍ର କେବଳ ଛଳନା ହିଁ ଛଳନା ।