ଚେନ୍ନାଇ (ଏଟିଆର ବ୍ୟୁରୋ); ପୁଣି ଚାଲିଲା ଧୋନୀ ଜଲୱା । କୋଲକାତାକୁ ୭ ୱିକେଟରେ ହରାଇଲା ଚେନ୍ନାଇ । ଦ୍ୱାଦଶ ଆଇପିଏଲର ୨୩ତମ ମ୍ୟାଚରେ କୋଲକାତାକୁ ହରାଇଲା ଧୋନୀ ଚେନ୍ନାଇ । ଯଦିଓ ଗତକାଲିର ମ୍ୟାଚଟି ଲୋସ୍କେରିଂ ଥିଲା ତଥାପି ମ୍ୟାଚଟି ଅତ୍ୟନ୍ତ ରୋମଞ୍ଚକ ହୋଇଥିଲା । କୋଲକାତା ଦେଇଥିବା ମାତ୍ର ୧୦୯ ରନର ବିଜୟ ଲକ୍ଷ୍ୟକୁ ପାର କରିବା ପାଇଁ ଚେନ୍ନାଇ ୧୭ ଓଭର ଦୁଇଟି ବଲ ଆବଶ୍ୟକ କରିଥିଲା ।
କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ମାତ୍ର ୧୦୮ ରନ କରିବା ପାଇଁ ସକ୍ଷମ ହୋଇଥିଲା । ରସେଲଙ୍କୁ ଛାଡିଦେଲେ ଦଳର ଅନ୍ୟ କୌଣସି ଖେଳାଳି ୨୦ ଉପରକୁ ସ୍କୋର କରି ପାରିନାହାଁନ୍ତି । ତେବେ ରସେଲଙ୍କ ଧର୍ଯ୍ୟପୂଣ୍ଣ ଅର୍ଦ୍ଧଶତକ ପାଇଁ ଦଳ ଏତେ ପର୍ଯ୍ୟନ୍ତ ଯାଇଥିଲା । ଶେଷ ସମୟରେ ରସେଲଙ୍କ ବଡ ଛକା ଦର୍ଶକଙ୍କ ପଇସା ଉଠାଇଥିଲା । ତେବେ ଘରୋଇ ପରିବେଶରେ ଚେନ୍ନାଇ ଖେଳୁଥିବାରୁ ଦଳର ପଲ୍ଲା ଭାରି ରହିବା ସହିତ ଧୋନୀଙ୍କ ମାଇଣ୍ଡ ଚେନ୍ନାଇ ପାଇଁ ପ୍ଳସ ପଏଣ୍ଟ ହୋଇଥିଲା । ଗତକାଲି ମ୍ୟାଚରେ କୋଲକାତାର ୮ଜଣ ଖେଳାଳି ଦୁଇ ଅଙ୍କ ପାର କରିପାରିନଥିଲେ ।
୧୦୯ର ବିଜୟ ଲକ୍ଷ୍ୟକୁ ପାର କରିବା ପାଇଁ ଚେନ୍ନାଇ ୧୭ ଓଭର ପର୍ଯ୍ୟନ୍ତ ଖେଳ ନେଇ ଯାଇଥିଲା । ଦଳ ପକ୍ଷରୁ ଡୁପ୍ଳେସିଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଚେନ୍ନାଇ ବିଜୟର ମୁଖ୍ୟ ଆଧାର ହୋଇଥିଲା । ତେବେ ଗତକାଲିର ବିଜୟ ପରେ ଚେନ୍ନାଇ ୬ଟି ମ୍ୟାଚରୁ ୫ମ ବିଜୟ ହାସଲ କରିଛି । ପଏଣ୍ଟ ଟେବୁଲ ଟପରେ ରହିଛି ଦଳ ।