ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ରିପୋର୍ଟ ମଗାଯାଇଛି । ଯେଉଁଥିରେ ସେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଥିବା ବ୍ୟକ୍ତିଙ୍କୁ କହିଥିଲେ କି , ନିଜ ଭୋଟ ତାଙ୍କୁ ସମର୍ପିତ କର ଯିଏ ବାଲାକୋଟ ଏୟାର ଷ୍ଟ୍ରାଇକକୁ ସଫଳ କରିପାରିଛନ୍ତି । ଆୟୋଗ ପକ୍ଷରୁ ମହାରାଷ୍ଟ୍ର ନିର୍ବାଚନୀ ଅଧିକାରୀଙ୍କୁ ଏହି ମାମଲାରେ ରିପୋର୍ଟ ମଗାଯାଇଛି । ଏନେଇ ନିର୍ବଚନୀ ଆୟୋଗ ମଙ୍ଗଳବାର କହିଥିଲେ କି ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତୁରନ୍ତ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି ।
ମହାରାଷ୍ଟ୍ରର ଲାତୁର ଅଉସା ରାଲିକୁ ସମ୍ବୋନ୍ଧିତ କରି ମୋଦି କହିଥିଲେ କି , ‘କ’ଣ ଆପଣ ଆପଣଙ୍କ ପ୍ରଥମ ଭୋଟ ସେହି ଲୋକଙ୍କୁ ସମର୍ପିତ କରିପାରିବେ ଯିଏ ଏୟାର ଷ୍ଟ୍ରାଇକ କରିଥିଲେ ।’
ମୋଦି କହିଥିଲେ କି ପ୍ରଥମ ଥର ମତଦାନ କରିବାକୁ ଥିବା ବ୍ୟକ୍ତିଙ୍କୁ ମୁଁ କହିବାକୁ ଚାହୁଁଛି କି : କଣ ଆପଣଙ୍କ ପ୍ରଥମ ଭୋଟ ବୀର ଯବାନଙ୍କୁ ସମର୍ପିତ କରି ପାରିବେ,ଯେଉଁମାନେ ପାକିସ୍ତାନ ଭିତରେ ପଶି ଏୟାର ଷ୍ଟ୍ରାଇକ କରିଥିଲେ? କ’ଣ ଆପଣଙ୍କ ଭୋଟ ପୁଲୱାମା ଆତଙ୍କବାଦୀ ହମଲାରେ ଶହୀଦ ହୋଇଥିବା ଯବାନଙ୍କୁ ସମର୍ପିତ ହୋଇପାରିବ ।
ଗତ ମାସରେ ଜାରି ପରାମର୍ଶ ଅନୁଯାୟୀ ନିର୍ବାଚନୀ ଆୟୋଗ ଦ୍ୱାରା ରିପୋର୍ଟ ମଗା ଯାଇଛି । ଖାସ୍ କଥା ହେଉଛି ଗତ ମାସରେ ନିର୍ବାଚନ ଆୟୋଗ ପରାମର୍ଶ ଜାରି କରି ରାଜନୈତିକ ଦଳରୁ ସଶନ୍ତ୍ର ବଳର ଗତିବିଧିକୁ ନିର୍ବାଚନୀ ପ୍ରଚାରରୁ ଦୂରେଇ ରଖିବା ପାଇଁ କୁହାଯାଇଥିଲା ।