ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ମରିଗଲା କି ମାନବିକତା । ହଜିଗଲା କି ମଣିଷ ପଣିଆ । ଶେଷରେ ଜଣେ ୬ ବର୍ଷରୁ ନାବାଳିକାକୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମୁଣ୍ଡିଆସାହିର ଗୋପବନ୍ଧୁନଗରରେ । ଆନନ୍ଦ ପ୍ରଧାନ ନାମକ ଜଣେ ଯୁବକ ୬ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁ ଲୋକ ପ୍ରଥମେ ଉତ୍ତମ ମଧ୍ୟମ ଦେବା ପରେ ତାକୁ ପୋଲିସ ଜିମା ଦେଇଛନ୍ତି । ତେବେ ଆନନ୍ଦକୁ ଏତେ ଖୋବା ଖାଇଛି ଯେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନା ଦେଖାଦେଇଛି । ପୋଲିସ ଗାଁରେ ପହଁଞ୍ଚି ତନନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ମୁତାବକ ଗୁରୁବାର ରାତିରେ ନାବାଳିକା ଜଣକ ଦୁଆରେ ଖେଳୁଥିଲା । କିନ୍ତୁ କିଛି ସମୟ ପରେ ସେ ଦୁଆରେ ନଥିବା ଦେଖିବା ପରେ ଖୋଜାଖୋଜି କରଥିଲେ ପରିବାର ଲୋକ । ଏହାପରେ ସେମାନେ ଆନନ୍ଦ ଉପରେ ସନ୍ଦେହ କରି ତାଙ୍କ ଘର କବାଟ ବାରମ୍ବାର ବାଡେଇଥିଲେ ସୁଦ୍ଧା ଖୋଲିନଥିଲେ । ଶେଷରେ ପରିବାର ଲୋକ ଗାଁ ଲୋକଙ୍କ ସହାୟତାରେ କବାଟ ଭାଙ୍ଗିଥିଲେ । ଘରେ ଦେଖିବା ବେଳକୁ ନାବାଳିକାର ମୃତଦେହ ପଡିଥିଲା । ଗାଁଲୋକଙ୍କୁ ଦେଖିବା ପରେ ଖସିପଳାଇବା ପାଇଁ ଚେଷ୍ଠା କରୁଥିବା ବେଳେ ତାକୁ କାବୁ କରିଥିଲେ । ପରେ ନିର୍ଦ୍ଧୁମ ମାଡ ମାରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।