ଜଗତସିଂହପୁର (ଏଟିଆର ବ୍ୟୁରୋ) : ଚାରିଆଡେ ନିର୍ବାଚନ ତାତି ଲାଗି ରହିଥିବା ବେଳେ ଜଗତସିଂହପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଗୋଟେ ଦଳୀୟ ପତାକା ମରାକୁ କେନ୍ଦ୍ର କରି ଘଟିଛି ହିଂସାକାଣ୍ଡ । ଭୁଜାଲି ଚୋଟରେ ଦୂୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଜଗତସିଂହପୁର ସଦର ମହକୁମା ମୁକୁନ୍ଦପୁରରେ ଘଟିଛି ଏହି ଘଟଣା । ଗତ ବିଳମ୍ବିତ ରାତିରେ କଂଗ୍ରେସର ଦଳୀୟ ପତାକା ମରାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି । ଜଗତସିଂହପୁର ନଗର କଂଗ୍ରେସ ଓବିସ ସେଲ୍ ସଭାପତି ସୂର୍ଯ୍ୟକାନ୍ତ ସାହୁ ଓରଫ ବବୁଲ ଓ ବସନ୍ତ ପାତ୍ର ଓରଫ ବସୁଆଙ୍କ ଉପରେ ଆକ୍ରମଣ ହୋଇଛି ।
ଗତରାତିରେ ଉଭୟ ବସୁଆ ଓ ବବୁଲ କଂଗ୍ରେସ ପତାକା ମାରୁଥିବା ବେଳେ ଏହାକୁ ବିରୋଧ କରିଥିଲେ ଅନ୍ୟଏକ ଦଳର ସମର୍ଥକ । ଓ ପରେ ଉଭୟ ପକ୍ଷ ମଧ୍ୟରେ ଯୁୁକ୍ତତର୍କ ପରେ ବସନ୍ତ ଓ ବବୁଲଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଅକ୍ରମଣରେ ବବୁଲ ଗାଲରେ କ୍ଷତ ହୋଇଥିବା ବେଳେ ବସୁଆଙ୍କ ଗୋଡରେ ଗଭୀର କ୍ଷତ ହୋଇଛି । ଆକ୍ରମଣ ପରେ ଅଭିଯୁୁକ୍ତ ଫେରାର ହୋଇଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତର ବୁଲେଟ ଜବତ କରି ତଦନ୍ତ ଚଳାଇଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।