କୋଲକାତା (ଏଟିଆର ବ୍ୟୁରୋ): ଆଉ ଦିନ କେଇଟା ଗଲେ ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଯାହାକୁ ନେଇ ସବୁଦଳ ନିଜନିଜର ରଣନିତି ନେଇ ପ୍ରଚାର ମଇଦାନରେ ପ୍ରଚାର କରୁଛନ୍ତି । ଏହି ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମମତା ବାନାର୍ଜୀ ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ । କଂଗ୍ରେସକୁ ଭୋଟ ଦେଇ ନିଜର ମୂଲ୍ୟବାନ ଭୋଟ ନ ଦେବାକୁ ଭୋଟରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଛନ୍ତି ନାରା । ପଶ୍ଚିମବଙ୍ଗରେ ସିଲିଗୁଡିରେ ଏକ ନିର୍ବାଚନ ରାଲିରେ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ମମତା । ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଦିିଦିଙ୍କର ଏହି ବିବାଦୀୟ ବୟାନ ରାଜନୀତି ପାଣି ପାଗକୁ ଅଧିକ ସରଗରମ କରିଛି ।
ବିଜେପି ହଟାଇବା ପାଇଁ ହୋଇଥିବା ମହାମେଣ୍ଟରେ ଦିିଦିଙ୍କର ଏହି ବୟାନ ବଡ ଦ୍ୱନ୍ଦ ସୃଷ୍ଟି କରିଛି । ଦିଦିଙ୍କର ଏହି ବୟାନ ବିଜେପି ପ୍ରତି ତାଙ୍କର ନମ୍ରତାକୁ ପ୍ରକାଶ କରିଛି । ଦିଦି ଆହୁରି ମଧ୍ୟ କହିଛନ୍ତି ଜନତା କମ୍ୟୁନିଷ୍ଟ ପାର୍ଟି ସିପିଏମ୍କୁ ଭୋଟ ନଦେବା ସହିତ କଂଗ୍ରେସକୁ ମଧ୍ୟ ଭୋଟ ନଦେବାକୁ ଅପିଲ କରିଛନ୍ତି । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ସେ ପୂର୍ବରୁ କଂଗ୍ରେସରେ ଥିଲେ କିନ୍ତୁ ସେଠାରେ ତାଙ୍କୂୁ ଅଣଦେଖା କରିବାରୁ ସେ ଦଳ ଛାଡିଥିଲେ । ତାପରେ ସେ ତୃଣମୂଳ କଂଗ୍ରେସ ଗଠନ କରିଥିଲେ ଯାହାର ବିକାଶ ସିଏ ନିଜେ କହିଥିଲେ ।