ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ପ୍ରଥମରୁ ଭଲ ଖେଳ ପ୍ରଦର୍ଶନ କରି ଆସିଥିବା ଦୁଇ ଅଷ୍ଟ୍ରେଲିୟ ଖେଳାଳି ସ୍ମିଥ ଏବଂ ୱାର୍ନର ଶେଷ ସମୟରେ ଟିମ ସହିତ ସାଥ ଦେବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ଯାହାକୁ ନେଇ ଦୁଇ ଫ୍ରାଞ୍ଚାଇଚ ଏବେ ଚିନ୍ତାରେ । ସ୍ମିଥ ରାଜସ୍ଥାନ ପକ୍ଷରୁ ଖେଳୁଥିବା ବେଳେ ୱାର୍ନର ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି । ଦୀର୍ଘ ୧ବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ଦୁଇ ଖେଳାଳି ଦୂରେଇ ରହିଥିଲେ ସୁଦ୍ଧା ଆଇପିଏଲ ପ୍ରତ୍ୟାବର୍ତ୍ତନରେ ଉଭୟ ଦମଦାର ଖେଳ ଦେଖାଇଛନ୍ତି । ତେବେ ଏମାନଙ୍କ ଭରଷାରେ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ଦୁଇ ଖେଳାଳି ସ୍ୱଦେଶ ଫେରିଯିବେ ।
ବିଶ୍ୱକପ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ କରିଛି ଅଷ୍ଟ୍ରେଲିଆ । ଆସନ୍ତା ମେ ୨ରୁ ଆରମ୍ଭ ହେବ ବିଶ୍ୱକପ । ଏଣୁ ଉଭୟ ଦଳରେ ସାମିଲ ହେବା ସହ ଅଭ୍ୟାସ ଜାରି ରଖିବେ । ଏଣୁ ଉଭୟ ସ୍ୱଦେଶ ଫେରିଯିବେ । ହାଇଦ୍ରାବାଦ ୱାର୍ନରଙ୍କ ପାଳି ପାଇଁ ପ୍ରଥମରୁ ମ୍ୟାଚ ଜିତି ଆସିଛି । ଚଳିତ ବର୍ଷ ସର୍ବାଧିକ ସ୍କୋର କରି ଅରେଞ୍ଜ କ୍ୟାପ ଲିଷ୍ଟର ଉପରେ ଅଛନ୍ତି ୱାର୍ନର । ଦଳର ଭରଷାଯୋଗ୍ୟ ବ୍ୟାଟ୍ସମ୍ୟାନ ଶେଷ ସମୟରେ ନରହିଲେ ହାଇଦ୍ରାବାଦ ପାଇଁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି ।