ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ନର୍ବାଚନ ଶେଷ ହୋଇଥିବା ବେଳେ ରାଜ୍ୟରେ ବାକି ଥିବା ଅଉ ଦୁଇଟି ପାଇଁ ପ୍ରଚାର ସରଗରମ ହୋଇଛି । ବିଜେଡି କଂଗ୍ରେସକୁ ମାତ୍୍ ଦେବା ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟରେ ବିଜେପିର ହାତ ମୁଠାକୁ ଟାଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ କରୁଛନ୍ତି । ଓଡିଶା ବର୍ତ୍ତମାନ କେନ୍ଦ୍ର ର ଟାର୍ଗେଟରେ । ଯେଉଁଥି ପାଇଁ କେନ୍ଦ୍ରୀୟ ନେତା ମାନେ ଘନ ଘନ ଓଡିଶା ଆସୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତର ଦିନ କେଇଟା ଯାଇନି ପୁଣି ରାଜନାଥ ସିଂ ଙ୍କ ଗସ୍ତ ରାଜ୍ୟ ରାଜନୀତିକୁ ହଟଚମଟ କରିଛି । ଆଜି ଶ୍ରୀ ସିଂ କଟକ, ମୟୁରଭଞ୍ଜ ଓ ନୟାଗଡରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ମୁକତାର ଆବାସ ନକଭୀ ଓ ସ୍ମୃତି ଇରାନୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡା ଓ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି ।