ଭୁବନେଶ୍ୱର ( ଏଟିଆର ବ୍ୟୁରୋ ): ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଆଗାମୀ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଅଛି । ପ୍ରଚାରକୁ ଶେଷ ସ୍ପର୍ଷ ଦେବାକୁ ସମସ୍ତ ଦଳ ହୋଇଛନ୍ତି ପ୍ରସ୍ତୁତ । ଯେଉଁ ସବୁ ଯାଗାରେ ପହଞ୍ଚି ହେଇନି ଅବା ଯେଉଁଠି ଦଳର ସ୍ଥିତି ଦୁର୍ବଳ ରହିଛି ସେଠାରେ ଭୋଟରଙ୍କ ପାଖରେ ପହଞ୍ଚିବାର ଶେଷ ସୁଯୋଗ କେହି ହାତ ଛଡା କରିବାକୁ ଚାହୁଁ ହାହାନ୍ତି । ତୃତୀୟ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ଓ ୪୨ ଟି ବିଧାନ ସଭା କ୍ଷେତ୍ର ପାଇଁ ମତଦାନ ଗ୍ରହଣ କରାଯିବ । କଟକ, ସମ୍ବଲପୁର , କେନ୍ଦୁଝର, ଢେଙ୍କାନାଳ, ପୁରୀ ଏବଂ ଭୁବନେଶ୍ୱରରେ ଭୋଟ ଗ୍ରହଣ ହେବ ।
ଏହି ଅବସରରେ ଆଜି ନବୀନ ମାରାଥନ ପ୍ରଚାର କରିବେ । ପ୍ରଥମେ ସେ ୧୦ ଟା ରେ ସମ୍ବଲପୁର ବୁର୍ଲା ଏମ୍ ସିଏଲ ରେ ପହଞ୍ଚି କୁଚିଣ୍ଡା ବିଧାନସଭା ମଣ୍ଡଳିରେ ନିର୍ବାଚନୀ ସଭାରେ ଯୋଗଦେବେ । ସେହିଭଳି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରି ସେଠାରେ ଜୟଦେବ ବିଧାନସଭା ଆସନ ପାଇଁ ପ୍ରଚାର କରିବେ । ପରେ ପରେ କଟକ ଆଠଗଡ, କେନ୍ଦ୍ରାପଡା ରାଜନଗର, ପୁରୀ କାକଟପୁର ବିଧାନସଭା ଆସନ ପାଇଁ ପ୍ରଚାର କରିବେ ।
ସେହିଭଳି ତୃତୀୟ ପର୍ଯ୍ୟାୟ ନର୍ବାଚନର ଶେଷ ଦିନ ପ୍ରଚାରକୁ ମଧ୍ୟ ହାତଛଡା କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ସେ ଅନୁଗୋଳ ବିଧାନସଭା ଆସନରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପାଲଲହଡା ବିଧାନସଭା କ୍ଷେତ୍ର ଏବଂ ଯାଜପୁର ବିଞ୍ଝାରପୁର ନିର୍ବାଚନ ମଣ୍ଡଳିରେ ମାରାଥନ ପ୍ରଚାର କରିବେ । କଂଗ୍ରେସ ମଧ୍ୟ ଆଜି ପ୍ରଚାରକୁ ଜୋରଦାର କରିବ । ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ଆସନରେ ପ୍ରଚାରକୁ ଆଗେଇ ନେଉଛନ୍ତି ।