ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ସଭା କରିବେ । ବାଲେଶ୍ୱରରେ ନିର୍ବାଚନୀ ସଭା କରିବେ ରାହୁଲ । ଏହାପରେ ଜଗତସିଂହପୁରରେ ମଧ୍ୟ ସଭା କରି ପାରନ୍ତି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଶେଷ ପର୍ଯ୍ୟାୟ ଭୋଟ ସମୟରେ ରାହୁଲଙ୍କ ଆଗମନ ଦଳ ପାଇଁ ପ୍ଲସ ପଏଣ୍ଟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଏଥରକ ରାହୁଲ ଓଡିଶା ଗସ୍ତରେ ଆସିଲେ କଣ କହିବେ ତାଉଛପରେ ସମସ୍ତଙ୍କ ନଜର । ପୂର୍ବରୁ ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ।
କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା । ଏଣୁ ନିୟମିତ ଭାବରେ ନେତାମାନେ ଡେରା ପକାଇବା ସହିତ ପ୍ରଚାର ଅଭିଯାନ ଚଳାଇଛନ୍ତି । ବିଜେପିର ସବୁ ହେବିୱେଟ ନେତା ପ୍ରତ୍ୟେକ ଦିନ ଓଡିଶାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଟକ୍କର ଦେବା ପାଇଁ ବହୁବାର ସଭା କରି ରାହୁଲଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ଭୋଟ ସରିଥିବା ବେଳେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଶେଷ ପର୍ଯ୍ୟାୟରେ ହେବିୱେଟଙ୍କ ମତଦାନ ରହିଛି । ଯାହାକୁ କେନ୍ଦ୍ର କରି କଂଗ୍ରେସ ରାହୁଲଙ୍କ ଆମନ୍ତ୍ରଣ କରିଛି । ତେବେ ହେବିୱେଟଙ୍କ ଆଗମନ ମଧ୍ୟ ଦଳ ପାଇଁ ସୁଫଳ ଆଣିପାରେ ବୋଲି କଳ୍ପନା କରାଯାଉଛି ।