ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟ । ଆଜି ବି ଭୋଟ ଦଉଛି ଓଡିଶା । ତୃତୀୟ ପର୍ଯ୍ୟାୟରେ ଓଡିଶାରେ ୬ ଟି ଲୋକସଭା ସମେତ ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଆଜି ସକାଳ ୭ ଟାରୁ ପ୍ରାୟତ ସବୁ ମତଦାନ କେନ୍ଦ୍ରରରେ ମତଦାନ ଆରମ୍ଭ ହେବା କଥା ମାତ୍ର ଅନେକ ସ୍ଥାନରେ ଇଭିଏମ ରେ ଯାନ୍ତ୍ରୀକ ତୃଟି ଯୋଗୁ କେତେକ ସ୍ଥାନରେ ମତଦାନ ବିଳମ୍ବ ହୋଇଛି –
ଭୁବନେଶ୍ୱର ଉତ୍ତର ମରିଚିଆର ବୁଥ ନଂ ୧୦ ରେ ଇଭିଏମରେ ତୃଟି ଯୋଗୁ ସେଠାରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି । ସେହିଭଳି କେଉଁଝର ମୁନିସପାଲଟି ୨୨୧,୨୪୨, ୨୫୫ ନଂ ବୁଥରେ ମଧ୍ୟ ଯାନ୍ତ୍ରୀକ ତୃଟି ଯୋଗୁ ମତଦାନରେ ବିଳମ୍ଭ ହେଉଛି । ସୂଚନା ଅନୁସାରେ କଟକ ରାଜାବଗିଚାରେ ମଧ୍ୟ ଇଭିଏମ ତୃଟିଥିବା ଜଣାପଡିଛି । ଖୋର୍ଦ୍ଦା ବେଗୁନିଆ ୩୬ ନଂ ବୁ. କାମାକ୍ଷା ନଗର ୧୯ ନଂ ବୁଥ, ନୟାଗଡ ରଣପୁର ୧୨୮, ୧୩୦ ଆଦି କେତେକ ବୁଥରେ ଇଭିଏମ ଜନିତ ତୃଟି ଯୋଗୁ ମତଦାନରେ ବିଳମ୍ବ ହୋଇଛି । ଆଗକୁ ଖରା ଓ ନିଜର କର୍ମସ୍ଥଳୀକୁ ନଜର କରି କେତେକ ଭୋଟର ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଧାଡି ବାନ୍ଧିଥିଲେ ମାତ୍ର ଇଭିଏମରେ ତୃଟି ଯୋଗୁ ମତଦାନରେ ବିଳମ୍ବ ହୋଇଛି । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।