ଘସିପୁରା ( ଏଟିଆର ବ୍ୟୁରୋ): ଘସିପୁରାର ବିଜେଡି ପ୍ରାର୍ଥୀ ବଦ୍ରି ନରାୟଣ ପାତ୍ର ଭୋଟ କେନ୍ଦ୍ର ନିକଟରେ ଦେଲେ ଧାରଣା । ଯାହାକୁ ନେଇ ଉକ୍ତ ବୁଥରେ ଘଣ୍ଟାଏ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଘସିପୂରା ନିର୍ବାଚନ ମଣ୍ଡଳୀରେ ଏକ ବୁଥରେ ତାଙ୍କ ଏଜେଣ୍ଟକୁ ମତଦାନ କେନ୍ଦ୍ରରୁ ବାହାର କରିଦେଇଥିବାରୁ ସେ ଧାରଣା ଦେଇଥିଲେ । ସେ ଅଭିଯୋଗ କରିଛନ୍ତି ତାଙ୍କ ଏଜେଣ୍ଟକୁ ପୋଲିସ ବାହାର କରିଦେଇଛି ।
ଏ ନେଇ ଥାନା ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ଏଜେଣ୍ଟ ଏଜେଣ୍ଟଙ୍କ ମଧ୍ୟରେ ପରସ୍ପର ଗଣ୍ଡଗୋଳ ହେବାରୁ ସେମାନେ ନିଜେ ନିଜେ ବାହାରକୁ ଚାଲି ଆସିଛନ୍ତି । ଏ ନେଇ ପ୍ରିଜାଇଡ ଅଫିସରଙ୍କୁ ଜଣାଇ ଦିଆଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି । ଅନ୍ୟପକ୍ଷେ ପ୍ରିଜାଇଡି ଅଫିସର ନିଜେ ଭିନ୍ନକ୍ଷମଙ୍କ ଭୋଟ ଦେଉଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ପାତ୍ର । ଆହୁରି ମଧ୍ୟ କହିଛନ୍ତି ଏଠାରେ କ୍ଷମତାର ଅପବ୍ୟବହାର କରାଯାଉଛି । ସେ ନେଇ ସବକଲେକ୍ଟର ଓ ଏସଡିପିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠନ ନିଅରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ସେ ଧାରଣାରେ ବସିଛନ୍ତି । ତାଙ୍କ ସମର୍ଥକ ମାନେ ମଧ୍ୟ ତାଙ୍କ ସହ ଧାରଣାରେ ବସିଛନ୍ତି ।