ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଖୁବ୍ ଶୀଘ୍ର ୨୦୦ ଏବଂ ୫୦୦ ଟଙ୍କିଆ ନୂଆ ନୋଟ୍ ଜାରି କରାଯିବ । ଏନେଇ ଆରବିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ନୂତନ ନୋଟରେ ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜ୍ ଲଞ୍ଚ କରାଯିବ । ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ରେ କିଛି ଅଧିକା ପରିବର୍ତ୍ତନ ହେବ ନାହିଁ । ଏଥିରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ । ପୂର୍ବରୁ ଏହି ନୋଟ୍ ରେ ଅର୍ଜିତ ପଟେଲଙ୍କ ଦସ୍ତଖତ ରହିଛି । ସେପଟେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସଫା ସଫା କୁହାଯାଇଛି କି ନୂଆ ନୋଟ୍ ଜାରି ହେବା ପରେ ବର୍ତ୍ତମାନ ଚାଲୁଥିବା ନୋଟ୍ ବି ଚାଲୁ କରାଯିବ ।
Issue of ₹ 200 Denomination Banknotes in Mahatma Gandhi (New) Series bearing the signature of Shri Shaktikanta…https://t.co/QxOPLPFL3R
— ReserveBankOfIndia (@RBI) April 23, 2019
ଏହି ନୂତନ ନୋଟ୍ ରେ କେବଳ ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ , ଏହାବ୍ୟତିତ ଅଧିକ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ପକ୍ଷରୁ ସିଧା ସଳଖ କୁହାଯାଇଛି । ବରଂ ଏହି ନୋଟ୍ ର ଡିଜାଇନ୍ ମହାତ୍ମା ଗାନ୍ଧୀଙ୍କ ନୂତନ ସିରିଜ୍ରେ ପୂର୍ବରୁ ଜାରି ହୋଇଥିବା ନୋଟ୍ ଭଳି ରହିବ ।
ନିକଟରେ ଆରବିଆଇ ପକ୍ଷରୁ ୧୦୦ ଟଙ୍କିଆ ନୂତନ ନୋଟ୍ ମଧ୍ୟ ଜାରି କରାଯାଇଥିଲା । ଏହି ନୋଟ୍ ରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦାସଙ୍କ ଦସ୍ତଖତ ଅଙ୍କି କରାଯାଇଥିଲା । ମାତ୍ର ନୂତନ ନୋଟ୍ ଆସିବା ପରେ ବି ପୁରୁଣା ନୋଟ୍ ଅଚଳ ହୋଇ ନଥିଲା ।
ବର୍ଷ ୨୦୧୮ ମସିହା ଡିସେମ୍ବର ମାସରେ ଅଚାନକ୍ ଗଭର୍ଣ୍ଣର ପଦରୁ ଅର୍ଜିତ ପଟେଲ ଇସ୍ତଫା ଦେବା ପରେ ଶକ୍ତିକାନ୍ତ ଦାସ କାର୍ଯ୍ୟଭାର ସମ୍ଭାଳି ଥିଲେ ।