କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପାଟକୁରାରେ ଆସନ୍ତା ମେ ୧୯ରେ ନିର୍ବାଚନ ହେବ ବୋଲି ଆଜି ଘୋଷଣା କରାଯାଇଛି । ତେବେ ଏଠାରେ କେବଳ ବିଜେଡି ପ୍ରାର୍ଥୀ ଦେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏଣୁ ଏଠାରେ ଦଳ କାହା ଉପରେ ଭରଷା କରି ଟିକେଟ ଦେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଏଠାରେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଟିକେଟ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ସେ ବାପାଙ୍କ ସହିତ କ୍ୟାମ୍ପେନିଂ କରିଛନ୍ତି ।
ପାଟକୁରାରେ ବିଜେପି ଏବଂ କଂଗ୍ରେସ ହେବିୱେଟଙ୍କୁ ମଇଦାନରେ ପ୍ରାର୍ଥୀ କରିଛନ୍ତି । ଏଣୁ ଏମାନଙ୍କ ସମକକ୍ଷ ହେବା ପାଇଁ ଦଳ ବେଦପ୍ରକାଶଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମୃତ୍ୟୁ ବରଣ କରିଛନ୍ତି । ଏଣୁ ଏଠାରେ ନିର୍ବାଚନ ତାରିଖକୁ ଘୁଞ୍ଚାଯାଇଛି । ତେବେ ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ପେ୍ଧକ୍ଷଚ୍ଛ ଖେଳାଳି ବିଜୟ ମହାପାତ୍ର । ଅପରପକ୍ଷରେ ଏଠାରେ କଂଗ୍ରେସ ବର୍ଷିଆନ ନେତା ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଏଣୁ ଏଠାରେ ନିର୍ବାଚନ ଜୋରଦାର ହେବ ବୋଲି ଚର୍ଚ୍ଚା ହୋଇ ଆସୁଛି ।
ସଞ୍ଜୟ ଯଦି ଏଠାରେ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡି ଅଧିକ ସଫଳତା ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଦଳକୁ ଅନୁକମ୍ପା ଭୋଟ ମିଳିବ । ଯାହାକି ବିଜୟ ହେବା ପାଇଁ ସହଜ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ ସଞ୍ଜୟ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଇଛୁକ ଥିବା ଶୁଣିବାକୁ ମିଳୁଛି । ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ଦଳ ଯଦି ଟିକେଟ ଦିଏ ତେବେ ନିଶ୍ଚିନ୍ତ ଭାବରେ ନିର୍ବାଚନ ଲଢ଼ିବେ । ଏବେ ମଧ୍ୟ ସେ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ପାଇଁ ପ୍ରଚାର କରୁଛନ୍ତି ।