ଶ୍ରୀଲଙ୍କା ( ଏଟିଆର ବ୍ୟୁରୋ): ଗତ ରବିବାର ଶ୍ରୀଲଙ୍କାରେ ଆଠଟି ବିଷ୍ପୋରଣ ଯୋଗୁଁ ୩୫୯ ହରାଇବା ସହିତ ୫୦୦ ଲୋକ ଆହାତ ହୋଇଥିଲେ । ଯାହାର ଲୁହ ଆଜିବି ଲୋକଙ୍କ ଆଖିରୁ ଶୁଖିନି । ଦିନ କେଇଟା ଯାଇନି ପୁଣି ହେଲା ଶ୍ରୀଲଙ୍କାରେ ବିଷ୍ପାରଣ । ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରୁ ୪୦ କିଲୋମିଟର ପୂର୍ବରେ ପୁଗଦା ମାଜିଷ୍ଟ୍ରେଟ ଅଦାଲତ ପଛପଟରେ ପୁଣି ଏକ ବିଷ୍ପୋରଣ ହୋଇଛି ।
ପୋଲିସର ସୂଚନା ଅନୁସାରେ ଏଥର କେହି ମୃତାହତ ହୋଇନାହାନ୍ତି । ପୋଲିସ ମୁଖପାତ୍ର କହିଛନ୍ତି ଏହାର ତଦନ୍ତ ଚାଲିଛି । ଆଜିର ଘଟଣାକୁ ନେଇ ପୁଣି ଆଖପାଖ ଅଞ୍ଚଳରେ ଲୋକ ମାନେ ଭୟବିତ ହୋଇଛନ୍ତି । ରବିବାର ଇଷ୍ଟର ପର୍ବ ପାଳନ ହେଲାବେଳେ ହୋଇଥିବା ସିରିଜ ବଷ୍ପୋରଣ ପରି ଏହା ଏତେ ଭୟଙ୍କର ନଥିଲା ।