ଯାଜପୁର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ସେ ଆଜି ରାଜ୍ୟର ତିନୋଟି ସ୍ଥାନରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେବେ । ତେବେ ପ୍ରଥମେ ଯାଜପୁର ଜିଲ୍ଲା ବରିରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଓଡିଶାବାସୀଙ୍କୁ ନୂଆ ଆଶା ଦେଖାଇଛନ୍ତି ରାଜନାଥ । ସେ ନିଜର ଉପବୋଧନରେ କହିଛନ୍ତି କି ଓଡିଶାରେ ୫ବର୍ଷ ବିଜେପିକୁ ସରକାର କରିବାର ସୁଯୋଗ ଦିଅନ୍ତୁ । କାରଣ ବିଜେପି ଯେଉଁଠି ବିକାଶ ସେଇଠି । ଉଦାହରଣ ଦେଇ କହିଛନ୍ତି କି ବିଜେପି ଶାସିତ ରାଜ୍ୟ ଗୁଡିକ ଥରେ ଦେଖନ୍ତୁ ସେଗୁଡିକ କେତେ ବିକଶିତ ।
ଓଡିଶାରେ ବିଜେଡି ୨୦ ବର୍ଷ ଶାସନ କଲାଣି ଥରୁଟିଏ ବିଜେପିକୁ ସୁଯୋଗ ଦେଇ ଦେଖନ୍ତୁ । ରାଜ୍ୟରେ ବହୁ ଉନ୍ନତି କରିବ ବିଜେପି ସରକାର । ଏଭଳି ଅନେକ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆୟୁଷ୍ମାନ ଯୋଜନା ଦେଶର ବିଭିନ୍ନ ରାଜ୍ୟରେ ପ୍ରଚଳିତ ହୋଇଥିଲେ ସୁଦ୍ଧା ଓଡିଶା ସରକାର ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଏହି ଯୋଜନା ମାଧ୍ୟମରେ ଗରୀବ ଲୋକମାନେ ସ୍ୱାସ୍ଥ୍ୟର ସୁବିଧା ପାଇପାରିବେ । ଏଳଭି ବିଜେପି ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ସମନ୍ଧରେ କହି ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଟା କରିଛନ୍ତି ରାଜନାଥ ।
ରାଜନାଥ ଏହି ସାଧାରଣ ସଭାରେ କଂଗ୍ରେସକୁ ଟାର୍ଗେଟ ମଧ୍ୟ କରିଛନ୍ତି ରାଜନାଥ । ସେ କହିଛନ୍ତି ଦେଶରୁ କଂଗ୍ରେସ ମୁକ୍ତ ହେଲେ ଯାଇ ଦେଶରୁ ଗରୀବି ହଟିବ । ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ଜଣକ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତା ଓଡିଶା ଗସ୍ତରେ ଆସି କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି । ତେବେ ରାଜନାଥ ବରି ସଭା ପରେ ଆଜି ଚାନ୍ଦବାଲି ଏବଂ ନିମାପଡା ସାଧାରଣ ସଭାରେ ଯୋଗଦେବା ପାଇଁ ଯାଇଛନ୍ତି । ଚତୁର୍ଥ ପର୍ଯ୍ୟାୟ ପ୍ରଚାର ପାଇଁ ଓଡିଶା ଆସିଛନ୍ତି ରାଜନାଥ ।