ନୟାଗଡ (ଏଟିଆର ବ୍ୟୁରୋ); ଯୁବକଙ୍କ ନାକରେ ରଡ ପୁରାଇ ମାରିଦେଲେ ଦୁର୍ବୃତ୍ତ । ମାରିବା ପରେ ଫେରାର ହୋଇଗଲେ ଦୁର୍ବୃତ୍ତ । ତେବେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ନୟାଗଡ ଜିଲ୍ଲା ସଦରଥାନା ଅଞ୍ଚଳରେ । ମୃତକ ହେଲେ ପ୍ରମୋଦ ପରିଡା । ତାଙ୍କ ଘର ବାଲୁଗାଁ ବୋଦାପଡା ଗାଁରେ । ପୋଲିସ ଖବର ପାଇବା ପରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସାଇଣ୍ଟଫ୍ଖଳ ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣା ନିଶା ସେବନ କାରଣରୁ ଘଟିଥିବା ଶୁଣିବାକୁ ମିଳୁଛି ।
ମିଳିଥିବା ସୂଚନା ମୁତାବକ ପ୍ରମୋଦ ଏବଂ କିଛି ଲୋକ ମିଶି ବାଲୁଗାଁ ଅଞ୍ଚଳରେ ନିଶା ଖାଉଥିଲେ । ନିଶା ହେବା ପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଜଣେ ଯୁବକର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଏବଂ ସେ ପ୍ରମୋଦଙ୍କ ନାକରେ ଲୁହାରଡ ପୁରାଇ ଦେଇଥିଲା । ଏହାପରେ ସେଠାରେ ସମସ୍ତେ ପେରାର ହୋଇଯାଇଥିଲେ । ପ୍ରମୋଦଙ୍କ ପରିବାର ଲୋକ ଖବର ପାଇବା ପରେ ତାଙ୍କୁ ରକ୍ତ ଜୁଡୁବଡୁ ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରମୋଦଙ୍କ ଭାଇ କହିଛନ୍ତି କି ତାଙ୍କ ଭାଇଙ୍କୁ ଜାଣିଶୁଣି ହତ୍ୟା କରାଯାଇଛି । ପଇସାପତ୍ର ମାମଲାକୁ କେନ୍ଦ୍ର କରି ଏଭଳି ଘଟାଇଯାଇଛି । ତେବେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଖୋଜୁଛି ପୋଲିସ । କିନ୍ତୁ ସମସ୍ତଙ୍କ ଘର ତାଲା ପକାଇ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।