ଯାଜପୁର (ଏଟିଆର ବ୍ୟୁରୋ); ସୁକିନ୍ଦା ଥାନା ଅଞ୍ଚଳରେ ଗତକାଲି ଜଣେ ଯୁବତୀଙ୍କୁ ଦୁଇ ଜଣ ଦୁଷ୍କର୍ମ କରିଥିଲେ । ପିଡିତାଙ୍କ ବାପା ଥାନାରେ ଏତଲା ଦେବା ପରେ ମଧ୍ୟ ପୋଲିସ ଏବେ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ବିଜେପି ପକ୍ଷରୁ ସୁକିନ୍ଦା ଥାନା ଘେରାଉ କରାଯାଇଛି । ଅଭିଯୁକ୍ତଙ୍କୁ ଯଥାଶିଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ବିଜେପି କର୍ମୀ । ତେବେ ୪୮ ଘଣ୍ଟା ମଧ୍ୟରେ ଯଦି ଅଭିଯୁକ୍ତଦ୍ୱୟ ଗିରଫ ନହୁଅନ୍ତି ତେବେ ରାଜରାସ୍ତାକୁ ବିଜେପି ଓହ୍ଲାଇବ ବୋଲି ମଧ୍ୟ ଚେତାବନୀ ଦେଇଛି । ଯାଜପୁରରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ଏଭଳି ଘଟଣା ଜିଲ୍ଲାର ନିର୍ବାଚନ ସମ୍ମିକରଣ ବଦଳାଇପାରେ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସୂଚନା ଯୋଗ୍ୟ,ଗତକାଲି ସୁକିନ୍ଦା ଅଞ୍ଚଳର ଯୁବତୀ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ଜଣେ ଯୁବକ ଆସି ତାଙ୍କୁ ପ୍ରଥମେ ଗୁଟଖା ମାଗିଥିଲା । ସଫଲ ଦେବା ବେଳେ ଯୁବତୀଙ୍କ ହାତକୁ ଟାଣି ଗାଡି ଭିତରକୁ ନେଇଯାଇଥିଲା ଦୁର୍ବୃତ୍ତ । ଏହାପରେ ଡୁବୁରୀ ରୋଡରେ ନିଛାଟିଆ ଦେଖି ଦୁଷ୍କର୍ମ କରିଥିଲା । ଏହାପରେ ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇ ଯୁବତୀଙ୍କୁ ଚାକିରୀ କରେଇ ଦେବାର ବାହାନା ଦେଖାଇ ଉଭୟ ମନଭରି ଉପଭୋଗ କରିଥିଲେ । ବାଧା ଦେବାରୁ ଯୁବତୀଙ୍କୁ ମାଡ ମଧ୍ୟ ମାରିଥିବା ଅଭିଯୋଗ କରାଯାଇଛି । କାମ ସରିବା ପରେ ଯୁବତୀଙ୍କୁ ଆଣି ଘର ପାଖରେ ଛାଡି ପଳାଇଥିଲେ । ଯୁବତୀ ଜଣକ ପରିବାର ଲୋକଙ୍କ ଅଗରେ ସବୁ କହିଥିଲେ । ପରେ ପିଡିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏବେ ସୁଦ୍ଧା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।