ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ପାରମ୍ପରିକ ଆସନ ବାଣାରାସୀରୁ ନିଜର ନାମାଙ୍କନ ଭରିଛନ୍ତି । ଏହି ଅବସରରେ ଗତକାଲି ମୋଦି ବାଣାରାସୀରେ ଏକ ମେଘା ରୋଡ ସୋ କରିଥିଲେ । ଯେଉଁଥିଲେ ହଜାର ହଜାର ମୋଦି ସମର୍ଥକ ଏଥିରେ ଯୋଗଦେଇଥିଲେ । ଆଜି ମୋଦି ଉତ୍ତର ପ୍ରଦେଶର ବାଣାରାସୀ ଲୋକସଭା ଆସନ ପାଇଁ ବାଣାରାସୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବଥର ମଧ୍ୟ ଉକ୍ତ ଆସନରୁ ମୋଦି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ତେବେ ଚଳିତଥର ମୋଦିଙ୍କ ପ୍ରାର୍ଥୀ ପତ୍ରରେ ପ୍ରସ୍ତାବକ ଅଛନ୍ତିି ଏସ ଏସ କର୍ମୀ ସୁବାଷ ଗୁପ୍ତା, ବୈଜ୍ଞାନିକ ରାମଶଙ୍କର ପଟେଲ , ଅନ୍ନପୂର୍ଣ୍ଣା ଶୁକ୍ଳା, ଜଗଦୀଶ ଚୈଧୁରୀ ପ୍ରମୁଖ ଏଥର ମୋଦିଙ୍କ ପ୍ରସ୍ତାବକ ରହିଛନ୍ତି । ଆଜି ନାମାଙ୍କନ ଭରିବା ପୂର୍ବରୁ ମୋଦି ଶିରୋମଣୀ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଏଥିସମେତ ସେଠାରେ ଉପସ୍ଥିତ ସମସ୍ତ ଏନଡିଏ ନେତାଙ୍କୁ ଦେଖା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ , ଲେକଜନଶକ୍ତ ପାର୍ଟିର ସଭାପତି ରାମବିଳାଶ ପାସୱାନ, ଜେଡିୟୁ ସଭାପତି ନିତିଶ କୁମାର , ଏଆଇଡିଏମକିର ସଯୋଜକ ପନ୍ନିର ସେଲଭମ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅମିତ ଶାହା, ରାଜନାଥ ସିଂ , ସୁଷମା ସ୍ୱରାଜ ମଧ୍ୟ ଉପସ୍ଥିତ ଥିଲେ ।