ଦିଲ୍ଲୀ ( ଏଟିଆର ବ୍ୟୁରୋ): ୧୧ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ । ବହୁଚର୍ଚ୍ଚିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାମରେ ଥିବା ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ହୋଇଛି । ସୁରଟରେ ଦୁଇ ଭଉଣୀ ନାରାୟଣ ସାଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସୁରଟସେସନ କୋର୍ଟ ଏହି ମାମଲାର ରାୟ ଦେଇଛନ୍ତି । ଯାହାର ଦଣ୍ଡ କୋର୍ଟ ଆସନ୍ତା ୩୦ ଏପ୍ରିଲରେ ଶୁଣାଯିବ । ପୂର୍ବରୁ ପୋଲିସ ଦୁଇ ଭଉଣୀଙ୍କର ବୟାନ ଓ ପ୍ରମାଣକୁ ଭିିତ୍ତିକରି ନାରାୟଣଙ୍କ ନାମରେ ମାମଲା ରୁଜୁ କରିଥିଲା ।
ଦୁଇ ଭଉଣୀ ଆଶାରାମ ଓ ନାରାୟଣଙ୍କ ନାମରେ ଅଭିଯୋଗ କରିବା ସହ ମାମଲା ରୁଜ୍ଜୁ କରିଥିଲେ । ଦୁଇ ଜଣଙ୍କ ଭିତରୁ ସାନ ଭଉଣୀ ନାରାୟଣ ଓ ଆଶାରାମ ଯେଉଁ ଯାଗାରେ ଦୁଷ୍କର୍ମ କରୁଥିଲେ ସେ ଯାଗାକୁ ଚିହ୍ନଟ କରିଥିଲା । ଏହି ଅଭିଯୋଗ ହେବାର ଦୁଇମାସ ପରେ ପୁଲିସ ନାରାୟଣ ସାଇଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ ନାରାୟଣ ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ବୋଲି କହୁଥିଲା । ନାରାୟଣଙ୍କ ଭଳି ତାଙ୍କ ବାପା ଆଶାରାମ ବାପୁ ମଧ୍ୟ ଦୁଷ୍କର୍ମ ମାମଲାରେ ଜୋଧପୁର ଜେଲରେ ଅଛନ୍ତି । ନାରାୟଙ୍କ ବିରୁଦ୍ଧରେ ଏବେ ପର୍ଯ୍ୟନ୍ତ ୫୩ ଜଣ ସାକ୍ଷୀ ଦେଇଛନ୍ତି ।