ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ପରିବର୍ତ୍ତନ କରାଯାଇଛି । ଏବେ ପୁଣି ମେ’ ୧ ରୁ ଆଉ ଏକ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂତନ ନିୟମ ବିଶେଷ ପରି ରିଜର୍ଭେସନ ପାଇଁ ଫାଇଦା ହେବ । ରେଲ ବିଭାଗ ପକ୍ଷରୁ ମେ’ ୧ ରୁ ଆରମ୍ଭ ହେବାକୁ ଯାଉଥିବା ସେବା ହିସାବରେ ଆପଣ ଟ୍ରେନରେ ପ୍ରସ୍ଥାନର ୪ ଘଣ୍ଟା ପୂର୍ବରୁ ଆପଣଙ୍କ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ । ବର୍ତ୍ତମାନ କୌଣସି ଟ୍ରେନରେ ପ୍ରସ୍ଥାନ କରିବାର ୪ ଘଣ୍ଟା ପୂର୍ବରୁ ଆରକ୍ଷଣ ଚାର୍ଟ ପ୍ରସ୍ତୁତ ହୋଇଥାଏ ଏବଂ ବୋର୍ଡିଂ ଷ୍ଟେସନକୁ ୨୪ ଘଣ୍ଟା ପୂର୍ବରୁ ବଦଳାଇ ଯାଇଥାଏ ।
ନୂତନ ନିୟମ ଅନୁଯାୟୀ ଟ୍ରେନ୍ ଚାର୍ଟ ପ୍ରସ୍ତୁତ ହେବା ଯାଏଁ ଆପଣ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ । ଏହାର ଫାଇଦା ରେଳ ବିଭାଗର କୋଟି କୋଟି ଯାତ୍ରୀଙ୍କୁ ହେବ । ଏବେ ଟ୍ରେନ୍ ପ୍ରସ୍ଥାନ କରିବାର ୨୪ ଘଣ୍ଟା ଯାଏଁ ବୋର୍ଡି ଷ୍ଟେସନକୁ ବଦଳାଇ ପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
ବୋର୍ଡିଂ ଷ୍ଟେସନ ବଦଳାଇବା ପାଇଁ ଯାତ୍ରୀଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ସେମାନେ ଅନଲାଇନ୍ ଆଇଆରସିଟିସି ୱେବସାଇଟ୍ ମାଧ୍ୟମରେ ବଦଳାଇ ପାରିବେ ନଚେତ୍ ଟିକେଟ କାଉଣ୍ଟରରୁ ହିଁ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ । ଏହାବ୍ୟତିତ ରେଲୱେ ଇନକ୍ୱାରୀ ନମ୍ବର ୧୩୯ କୁ ଫୋନ୍ କରି ମଧ୍ୟ ବୋର୍ଡିଂ ଷ୍ଟେସନ ବଦଳାଇ ପାରିବେ ।