ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠାଇଥିଲା ଆମ୍ ଆଦମୀ ପାର୍ଟି । ଏଥିରେ କୁହାଯାଇଥିଲା କି ଭୋଟର ଲିଷ୍ଟରେ ଗମ୍ଭୀରଙ୍କର ଦୁଇଥର ନାଁ ରହିଛି ଏବଂ ସେ ଦୁଇଟି ସ୍ଥାନର ମତଦାତା । ଏହାର ପାଲଟା ଜବାବ ଦେଇ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କର ୨୦୧୩ରେ ୩ଟି ଭୋଟର କାର୍ଡ ରଖିଥବା ବିଜେପି ଅଭିଯୋଗ କରିଛି ।
କେଜ୍ରିୱାଲଙ୍କ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ବିଜେପି ଏହି ସଂଗିନ୍ ଅଭିଯୋଗ ଲଗାଇଛି । ବିଜେପିର କହିବାନୁଯାୟୀ, କେଜ୍ରିୱାଲଙ୍କ ପତ୍ନଙ୍କ ପାଖରେ ଏବେ ୩ଟି ଭୋଟର କାର୍ଡ ରହିଛି । ଏହି ତିନୋଟି କାର୍ଡ ଦିଲ୍ଲୀ, ୟୁପି ଏବଂ ପଶ୍ଚିମବଙ୍ଗର ବୋଲି ଜାଣିବାକୁ ମିଳିଛି ।
ବିଜେପିର ଏହି ଅଭିଯୋଗରେ ଆପ୍ ର ପ୍ରବକ୍ତା ସୌରଭ ଭରଦ୍ୱାଜ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରାଜନୀତିରୁ ବାହାରେୂ ଅଛନ୍ତି । ଏହାସହିତ ଯଦି କେଜ୍ରିୱାଲ ମାମଲାରେ ବିଜେପି ବରାବର କରିବାକୁ ଚାହୁଁଛି ତେବେ କେଜ୍ରିୱାଲ ଏବଂ ଗୌତମ ଗମ୍ଭୀର ଦୁହିଁଙ୍କୁ ଲୋକସଭା ନିର୍ବାଚନର ପ୍ରାର୍ଥୀ ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ।
ପୂର୍ବ କ୍ରିକେଟର ତଥା ବିଜେପିର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଗୌତମ ଗମ୍ଭରୀଙ୍କ ନାଁରେ ଆପ୍ ର ଷ୍ଟାର ପ୍ରଚାରକ ପ୍ରାର୍ଥୀ ଅତିଶୀ ଅଭିଯୋଗ ଲଗାଇଥିଲେ କି ତାଙ୍କ ନାଁରେ ଦୁଇଟି ଭୋଟର କାର୍ଡ ରହିଛି । ପୂର୍ବ ଦିଲ୍ଲୀରୁ ବିଜେପି ବିପକ୍ଷରେ ଅତିଶୀ ନିର୍ବାଚନ ଲଢୁଛନ୍ତି । ତାଙ୍କ ଅଭିଯୋଗ ରହିଛି କି ଗମ୍ଭୀର ଙ୍କ ପାଖରେ ଅଲଗା ଅଲଗା ସ୍ଥାନର ଦୁଇଟି ଭୋଟର କାର୍ଡ ରହିଛି । ଏନେଇ ଅତିଶୀ କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ମେ’ ୧ ରେ କୋର୍ଟରେ ଶୁଣାଣି ହେବ ।