ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲରେ ଚାଲିଛି ଘମାଘୋଟ ଲଢ଼େଇ । କିଏ ପ୍ଳେଅଫ ପାଇଁ ଉନ୍ନିତ ହେବ ଏବେ ପର୍ଯ୍ୟନ୍ତ କିଛି ଠିକ ହୋଇନାହିଁ । ସବୁଦଳ ଆପ୍ରାଣ ଚେଷ୍ଠା ଜାରି ରଖିଛନ୍ତି । ମ୍ୟାଚ ଗୁଡିକ ମଧ୍ୟ ସଘର୍ଷପୂର୍ଣ୍ଣ ହେଉଛି । ତେବେ ଚଳିତ ବର୍ଷ ବାଙ୍ଗାଲୋର ପ୍ରଥମ ୬ଟି ମ୍ୟାଚ ପରାଜୟ ହୋଇଥିଲା । ଯାହାକି ପ୍ରଂଶସକ ଏବଂ ଖେଳାଳିଙ୍କ ମନୋବଳ ଭାଙ୍ଗିଦେଇଥିଲା । କିନ୍ତୁ ପୁଣିଥରେ ଲଗାତାର ବିଜୟ ହୋଇ ପ୍ଳେଅଫ ରେସରେ ଜୋଡି ହୋଇଛି ଦଳ । ତେବେ ଦଳର ଭେଟେରିଆନ ବ୍ୟାଟ୍ସମ୍ୟାନ ଡିଭିଲିୟର୍ସ କହିଛନ୍ତି କି ଯାହାବି ହେଉ ଆମକୁ ଶେଷ ତିନୋଟି ମ୍ୟାଚ କଳେବଳେ କୌଶଳେ ଜିତିବା ପାଇଁ ପଡିବ ।
ପ୍ରଥମରୁ ହାରିବା ପରେ ଆମ ମନ ଟିକେ ଦୁର୍ବଳ ହୋଇଥିଲା । କିନ୍ତୁ ଅଧିନାୟକ କୋହଲି ଏବଂ କୋଚ ଗ୍ୟାରି କହିଥିଲେ କି ବେପରୁଆ ଖେଳ ଯାହା ହେବ ଦେଖାଯିବ । ଏହାପରେ ଆମେ ମନଇଛା ଖେଳି ପୁଣିଥରେ ବିଜୟଧାରାକୁ ଫେରିଛୁ । ଆମ ମୁହଁରୁ ହଜିଯାଇଥିବା ହସ ପୁଣିଥରେ ଫେରିଛି । ଏଣୁ ଏହି ହସ କେବେ ହରାଇବାକୁ ଚେଷ୍ଠା କରିବୁନି । ତେବେ ଯଦି ମ୍ୟାଚରେ କିଛି ବଡ ପରିବର୍ତ୍ତନ ନହୁଏ ଆମେ ପ୍ଳେଅଫ ପାଇଁ ମଧ୍ୟ ରହିବୁ ।
ଚଳିତ ଆଇପିଏଲରେ ବାଙ୍ଗାଲୋର ୧୧ ମ୍ୟାଚରୁ ୪ଟି ବିଜୟ ହୋଇ ପଏଣ୍ଟ ଟେବୁଲର ତଳେ ରହିଛି । ତେବେ ଆଗାମି ମ୍ୟାଚ ଗୁଡିକ ଦଳ ପାଇଁ ଗୁରୁତ୍ୱ ରହିଛି । ଏବେ ସୁଦ୍ଧା କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ମତ ଦେଇପାରୁନାହାଁନ୍ତି କିଏ ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିବ । କାରଣ ପ୍ରତି ମ୍ୟାଚରେ ସିରିଜର ମୋଡ ବଦଳି ଯାଉଛି ।