ଜଗତସିଂହପୁର ( ଏଟିଆର ବ୍ୟୁରୋ): ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ମତଦାନ ବା ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଯାହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ସବୁ ପ୍ରକାର ଚେଷ୍ଟା କରି ସାରିଛନ୍ତି । ପାଖାପାଖି ଦୁଇ ମାସ ହେଲା ତିନି ପ୍ରମୁଖ ରାଜନୈିତକ ଦଳର ଆଶାୟୀ ଥିବା ପ୍ରାର୍ଥୀ ନିଜ ନିଜ ସ୍ତରରେ ଭୋଟରଙ୍କ ପାଖକୁ ପହଞ୍ଚିବାକୁ କରିଥିଲେ ପ୍ରଚେଷ୍ଟା । ସେଥି ମଧ୍ୟରୁ କେତେଜଣ ଦଳୀୟ ଟିକେଟ ପାଇଲେ ତ ପୁଣି କେତେ ଜଣଙ୍କୁ ହବାକୁ ପଡିଥିଲା ନିରାସ । ତେବେ ସେ ଯାହା ହେଉ ଟିକେଟ ଦିଆ ହେଲା ଓ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓହ୍ଲାଇଲେ ମୈଦାନକୁ । ବିଜେଡି ବରିଷ୍ଠ ନେତା ତଥା ଜଗତସିଂହପୁର ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ।
ବିଜେପି ତାର ୨୦୧୪ ମସିହାରେ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇଙ୍କ ଉପରେ ଭରଷା କରିଛି । ସେହିଭଳି କଂଗ୍ରେସ ପ୍ରାର୍ଥୀ କରିଛି ପୂର୍ବତନ ଜଗତସିଂହପୁର ବିଧାୟକ ୰ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ଦେବୀ ମଲ୍ଲିକଙ୍କୁ । ତେବେ ପ୍ରାର୍ଥୀଙ୍କ ଅତୀତ ଓ ବର୍ତ୍ତମାନକୁ ଯଦି ଆମେ ନଜର ପକାଇବା ତିନି ପ୍ରମୁଖ ଦଳର ପ୍ରାର୍ଥୀ କେହି ରାଜନୀତି ପାଇଁ ନୂଆ ନୁହନ୍ତି । ସେହିଭଳି ପ୍ରଚାର କ୍ଷେତ୍ରରେ ମଧ୍ୟ କେହି କାହାଠାରୁ କମ ରେ ନାହାନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଆସି ସଭା ସମେତ ରୋଡ କରିଥିବା ବେଳେ ବିଜେପି ପାଇଁ ମଧ୍ୟ ଦଳୀୟ ଷ୍ଟାର ପ୍ରଚାରକ ଆସି ଭୋଟ ଭିକ୍ଷା କରିଥିଲେ । ତେବେ ପ୍ରଚାରରେ କଂଗ୍ରେସ ମଧ୍ୟ ପଛରେ ପଡି ନଥିଲା କେହି କେନ୍ଦ୍ରୀୟ ନେତା ଆସି ସେମାନଙ୍କ ପାଇଁ ପ୍ରଚାର କରି ନଥିଲେ ସୁଦ୍ଧା ସେ କଂଗ୍ରେସର ଦଳୀୟ କର୍ମୀଙ୍କ ସହିତ ପ୍ରଚାର ଜେ ।ରଦାର କରିଥିଲେ ।
ସେହିଭଳି ଯଦି ପୂର୍ବ ନିର୍ବାଚନକୂୁ ଆମେ ଦେଖିବା ଏହି ଆସନଟି ବିଜେଡି ଖାତାକୁ ଯାଇଥିଲା । ଏଠାରେ ବିଜେଡି ପ୍ରାର୍ଥୀ ୮୮,୯୫୩, କଂଗ୍ରେସ ପ୍ରାର୍ଥୀ ୫୩,୫୦୫, ବିଜେପି ୧୪,୫୧୬ ଖଣ୍ଡ ଭୋଟ ପାଇଥିଲା । ସେହିଭଳି ୨୦୦୯ ରେ ବିଜେଡି ୫୦ ପ୍ରତିଶତ, କଂଗ୍ରେସ ୩୪ ପ୍ରତିଶତ, ବିଜେପି ୪,୫୧୪ ଖଣ୍ଡ ଭୋଟ ପାଇଥିଲେ । ସେହଭଳି ୨୦୦୪ ରେ ଏଠାରେ କଂଗ୍ରେସରୁ ଚିରଞ୍ଜିବ ବିଶ୍ୱାଳ ମଧ୍ୟ ବିଧାୟକ ହୋଇଥିଲେ । ତେବେ ଚଳିତ ଥର କିନ୍ତୁ ଏଠାରେ ତ୍ରୀମୁଖି ଲଢେଇ ହେବ । କାରଣ ଚଳିତ ଥର ଦଳ ଅପେକ୍ଷା ଭୋଟର ପ୍ରାଥୀଙ୍କୁ ବେଶି ଧ୍ୟାନ ଦେଉଥିବା ଶୁଣିବାକୁ ମିଳୁଛି । ତେବେ ଆସନ୍ତା କାଲି ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।