ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମ ଆଦମୀ ପାର୍ଟିର ନେତା ଆତିଶି ମାରଲିନା ଉପରେ ହମଲା କରିଛନ୍ତି କ୍ରିକେଟ ପିଚ୍ ରୁ ରାଜନୀତି ମଇଦାନରେ ପାଦ ଥାପି ଥିବା ଗୌତମ ଗମ୍ଭୀର । ଦୁଇଟି ଭୋଟର କାର୍ଡ ରଖିଥିବା ଗମ୍ଭୀରଙ୍କ ଉପରେ ଅଭିଯୋଗ ଲଗାଇଥିବା ଆତିଶିଙ୍କୁ ପାଲାଟା ଜବାବ ଦେଇଛନ୍ତି ଗମ୍ଭୀର । ସେ କହିଛନ୍ତି କି ଯେତେବେଳେ ଆପଣଙ୍କ ପାଖରେ କୌଣସି କାମ ନଥାଏ ତେବେ ଆପଣ ଏହିଭଳି କଥା କୂହନ୍ତି । ଯଦି ଆପଣ ଗତ ୪.୫ ବର୍ଷରେ କାମ କରିଥାନ୍ତେ ତେବେ ଆପଣ ଏଭଳି କଥା କହିନଥାନ୍ତେ । ଏହାର ଫଇସଲା ନିର୍ବାଚନ ଆୟୋଗ ହିଁ କରିବେ ।
ସୂଚନାଯୋଗ୍ୟ , ଆତିଶି ମାରଲିନା ଅଭିଯୋଗ କରିଥିଲେ କି ଗୌତମ ଗମ୍ଭୀରଙ୍କ ପାଖରେ ଗୋଟେ ନୁହେଁ ବରଂ ଦୁଇଟି ଭୋଟର କାର୍ଡ ରହିଛି । ଏହି ମାମଲାରେ ତିସ୍ ହଜାରୀ କୋର୍ଟରେ ସେ ଅପରାଧିକ ମାମଲା ମଧ୍ୟ ରୁଜୁ କରିଥିଲେ । ଏନେଇ କୋର୍ଟ ପକ୍ଷରୁ ମେ’ ୧ ରେ ଶୁଣାଣି ହେବ ।
ସବୁଠାରୁ ବଡ କଥା ହେଉଛି ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ । ଆୟୋଗ ପକ୍ଷରୁ ପୂର୍ବ ଦିଲ୍ଲୀର ପୋଲିସ ଅଫିସରକୁ କୁହାଯାଇଥିଲା କି , ଗମ୍ଭୀର ବିନା ଅନୁମତିରେ ନିର୍ବାଚନୀ ପ୍ରଚାର କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଉ ।