ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାତି ପାହିଲେ ଭୋଟ । ତଥାପି ବିଜେଡି ଓ ବିଜେପିର ଆରୋପ ପ୍ରତ୍ୟାରୋପ ଥିମିବାର ନାଁ ନେଉନି । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପାଇଁ ଆସନ୍ତା କାଲି ଠାରୁ ନିରବ ଅବଧି ଲାଗୁ ହୋଇଥିଲେ ମଧ୍ୟ ବିଜେପି ପକ୍ଷରୁ ଲୋକଙ୍କ ପାଖକୁ ଏକ ଭଏସ କଲ ଆସୁଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଏକ ପ୍ରତିନିଧି ଦଳ ଏନେଇ ଆଜି ସିଇଓଙ୍କୁ ଭେଟିଛନ୍ତି । ବ୍ୟାନ ପିରିୟଡ ମଧ୍ୟରେ ଭଏସ କଲ ଆସୁଥିବାରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ବିଝେହି ଦାବି କରିଛି । ଏକ ନିଦ୍ଧିଷ୍ଟ ନମ୍ବରରୁ ଏହି ଭଏସ କଲ ଆସୁଥିବା ବିଜେଡି ଅଭିଯୋଗରେ ଦର୍ଶାଇଛି ।
ସେହିଭଳି ଆହୁରି ମଧ୍ୟ ବିଜେଡି କହିଛି କି ଯେଉଁ ସେବା ପ୍ରଦାନକାରି ସସ୍ଥା ଏହା କରୁଛି ତା ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଆସନ୍ତା କାଲି ରାଜ୍ୟରେ ୬ ଟି ଲୋକସଭା ସମେତ ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏ ନେଇ ପ୍ରାୟ ସବୁ ପୋଲିଂ ଷ୍ଟେସନରେ ପୋଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି । ସେଥିପାଇଁ ଗତ କାଲି ଠାରୁ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଶେଷ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ୪୮ ନିରବ ଅବଧି ଲାଗୁ ହୋଇଛି ।