ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲର ୪୬ ନମ୍ବର ମ୍ୟାଚରେ ୧୮୭ ରନରେ ଅଟକିଲା ଦିଲ୍ଲୀ । ଦଳ ପକ୍ଷରୁ ଶିଖର ଧାୱନ ଏବଂ ଅଧିନାୟକ ଶ୍ରେୟସ ଆୟାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଶ୍ରେୟସ ୫୨ ରନ କରିଥିବା ବେଳେ ଧାୱନ ୫୦ ରନ କରିଛନ୍ତି । ଏହି ଦୁଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ପାଳି ଦଳୀୟ ସ୍କୋରକୁ ବଢ଼ାଇଥିବା ବେଳେ ଶେଷ ଦୁଇ ଓଭରରେ ଅକ୍ଷର ଏବଂ ରୁଥୋଫୋର୍ଡଙ୍କ ଯୋଡି ଦଳୀୟ ସ୍କୋରକୁ ୧୮୭ରେ ପହଁଞ୍ଚାଇଛି । ଶେଷ ଓଭରରେ ସାଇନ ୩ଟି ଚୌକା ଏବଂ ଗୋଟିଏ ଛକା ବ୍ୟୟ କରିଥିଲେ । ଫଳରେ ଦିଲ୍ଲୀ ସ୍କୋର ବଢ଼ିଯାଇଛି ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଦିଲ୍ଲୀ । ପୃଥୀ ଶ ଏବଂ ଧାୱନ ପ୍ରଥମରୁ ଭଲ ଖେଳ ଆରମ୍ଭ କରିଥିଲେ । ଦୁହେଁ ବାଉଣ୍ଡୁରି ମାରି ଦର୍ଶକଙ୍କ ମନମୋହିଥିଲେ । କିନ୍ତୁ ପୃଥୀ ଶ ମାତ୍ର ୧୮ ରନରେ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ପରେ ଶ୍ରେୟସ ଧାୱନଙ୍କ ସହ ସାଥ ଦେଇଥିଲେ । ତେବେ ଆଜିର ମ୍ୟାଚଟି ଉଭୟ ଦଳଙ୍କ ମୋଡ ବଦଳାଇପାରେ । ଏଣୁ ଖେଳ ଆରମ୍ଭରୁ ଦୁଇ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଛନ୍ତି । ଦିଲ୍ଲୀର ଫିରୋଜ ଶାହା କୋଟଲାରେ ମ୍ୟାଚ ହେଉଥିବାରୁ ବାଙ୍ଗାଲୋର ଅଧିନାୟକଙ୍କ ପାଇଁ ସୁହାଇବ । ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଆଜି କୋହଲି ବଡ ସ୍କୋର କରି ଦଳକୁ ଜିତାଇବେ ବୋଲି ଆଶା ରଖିଛନ୍ତି ପ୍ରଂଶସକ । ଫିରୋଜ ଶାହା କୋଟଲାରେ ବାଙ୍ଗାଲୋର ୨୦୧୦ ପଣଠାରୁ ଲଗାତାର ଭାବରେ ଦିଲ୍ଲୀ ବିପକ୍ଷରେ ବିଜୟ ହୋଇ ଆସୁଛି ।