ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ । ଆସନସୋଲରେ ପୋଲିଂ ବୁଥ ନମ୍ବର ୧୯୯ ରେ ତୃଣମୂଳ କଂଗ୍ରେସ ସମର୍ଥକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଟକରା ଟକରୀ ହୋଇଛି । ଏନେଇ ତୃଣମୂଳର ଜଣେ ପୋଲିଂ ଏଜେଣ୍ଟ କହିଛନ୍ତି କି, କୌଣସି ବି ଭାରତୀୟ ଜନତା ପାର୍ଟି ପୋଲିଂ ଏଜେଣ୍ଟ ବୁଥ୍ ରେ ଉପସ୍ଥିତ ନଥିଲେ ।
ଏହି ସିଟ୍ ରୁ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ବିଜେପି ଟିକେଟ ପାଇ ନିର୍ବାଚନ ଲଢୁଛନ୍ତି । ପୋଲିଂ ବୁଥ୍ ରେ ବାବୁଲ ସୁପ୍ର୍ରିୟଙ୍କୁ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ବିରୋଧର ସାମ୍ନା କରିବାକୁ ପଡିଛି । ହଙ୍ଗାମା ହେବା ସମୟରେ ବାବୁଲ ସୁପ୍ରିୟ ବୁଥ୍ ପାଖରେ ପହଁଚିଥିଲେ । ସେହି ସମୟରେ ତୃଣମୂଳ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ବାବୁଲ ସୁପ୍ରିୟଙ୍କ କାର୍ ର କାଚ୍ ଭାଙ୍ଗି ଚୂରମାର ହୋଇଯାଇଛି ।
ହଙ୍ଗାମା ହେବା ପରେ ଆସନସୋଲ ରେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ପାଇଁ ବାବୁଲ ସୁପ୍ରିୟୋ ଦାବି କରିଛନ୍ତି । ସେ ଲଗାତର ଭାବେ ଭିନ୍ନ ଭିନ୍ନ ବୁଥ୍ ବୁଲି ଭୋଟିଂ ବ୍ୟବସ୍ଥାକୁ ଦେଖାରଖା କରୁଛନ୍ତି ।
ଏହି ସିଟ୍ ରୁ ବାବୁଲ ସୁପ୍ରିୟ ଙ୍କ ବିପକ୍ଷରେ ତୃଣମୂଳ କଂଗ୍ରେସର ମୁନମୁନ୍ ସେନ ମଇଦାନକୁ ଓହ୍ଲାଇଛନ୍ତି । ଏହି ସିଟ୍ ରୁ ୨୦୧୪ ରେ ବିଜେପି ବିଜୟ ହାସଲ କରିଥିଲା । ପଶ୍ଚିମବଙ୍ଗର ଆଠ ସିଟ୍ ସମେତ ଦେଶର ୭୨ ଟି ସିଟ୍ ରେ ଆଜି ମତଦାନ ଜାରି ରହିଛି ।