ଜଗତସିଂହପୁର (ଏଟିଆର ବ୍ୟୁରୋ); ପୋଲିସ ଜଣେ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଜଗତସିଂହପୁର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଦାମକଣ ଗାଁରେ ଭୋଟ ବର୍ଜନ କରିଛନ୍ତି ଭୋଟର । ଗ୍ରାମରେ ସକାଳୁ ଉତେଜନା ଦେଖାଦେଇଥିଲା । ତେବେ ପୋଲିସ ଜଣେ ଯୁବକଙ୍କୁ ମାଡ ମାରିଥିବାରୁ ଗାଁଲୋକ ଭୋଟକୁ ବର୍ଜନ କରିଛନ୍ତି । ତେବେ ଏଠାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୃତୟନ କରାଯାଇଛି । ଗ୍ରାମବାସୀଙ୍କୁ ବୁଝାଉଥିଲେ ମଧ୍ୟ ସେମାନେ ଭୋଟଦେବା ପାଇଁ ମନା କରିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭୋଟ ଦେଇ ନାହାଁନ୍ତି ଗ୍ରାମବାସୀ ।
ବାଲିକୁଦା-ଏରସମାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ପୋଖତ ଖେଳାଳି ଦାମୋଦର ରାଉତ । ତେବେ ସେ ପାରାଦୀପ ଛାଡି ନିଜ ପୈତୃତ ନିର୍ବାଚନ ମଣ୍ଡଳୀକୁ ଶେଷ ଥର ଲାଗି ବାଛିଛନ୍ତି । ଏଠାରେ ସେ ପ୍ରାର୍ଥୀ ହେବା ଦିନଠାରୁ ଜିଲ୍ଲାର ରାଜନୀତି ସରଗରମ ହୋଇଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜୟ ଆଶାରେ ଜୋରଦାର ପ୍ରଚାର କରିଛନ୍ତି । ଏଠାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରଘୁନନ୍ଦନ ଦାସ । ଗତ ନିର୍ବାଚନରେ ବିଜେପି ପକ୍ଷରୁ ଲଢ଼ି ପ୍ରସାନ୍ତ ମୁଦୁଲିଙ୍କଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଏଥରକ ବିଜେଡି ପ୍ରାର୍ଥୀ ହୋଇଛନ୍ତି ।
ବାଲିକୁଦାରୁ ଦାମ ୫ଥର ବିଜୟ ହୋଇଛନ୍ତି । ଏହାପରେ ସେ ପାରାଦୀପରୁ ୨ଥର ବିଧାୟକ ହୋଇଛନ୍ତି । ତେବେ ୭ଥର ବିଜୟ ହୋଇଥିବା ନେତାଙ୍କ ପାଇଁ ଏଥରକ ରହିଛି ସମ୍ମାନର ପ୍ରଶ୍ନ । ବାଲିକୁଦା-ଏରସମା ବିଜେଡି ଗଡ ଭାବରେ ବେଶ ପରିଚିତ । ତେବେ ଦାମ ଏଠାରେ ପ୍ରଥମ ଥର ଲାଗି ବିଜେପିକୁ ବିଜୟ ଦେବା ଲକ୍ଷ୍ୟରେ ରହିଛନ୍ତି ।