ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଘୋଡା ବେପାର କରୁଛନ୍ତି ତାଙ୍କର ଆଚରଣ ଫାସୀବାଦ ଭଳି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ପାଇଁ ଟିଏମସିକୁ ଦାୟୀ କରି ପ୍ରଧାନମନ୍ତ୍ରୀ କରିଥିବା ସମାଲୋଚନାର ଜବାବରେ ମମତା ଏହି କଥା କହିଛନ୍ତି । ଶ୍ରୀରାମପୁରରେ ନିର୍ବାଚନୀ ସଭାରେ ମୋଦି କହିଥିଷଳ କି ତାଙ୍କ ଯୋଗାଯୋଗରେ ୪୦ ଜଣ ଟିଏମସି ବିଧାୟକ ଅଛନ୍ତି । ଏବଂ ସେ ଆଗାମୀ ୨୩ ପରେ ସେମାନେ ବିଦ୍ରୋହ କରିବେ ବୋଲି ସେ କହିଥିଲେ ଯାହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।
ସେପଟେ ମୋଦି ମଧ୍ୟ ପଶ୍ଚିମବଙ୍ଗରେ ଆଇନ ସୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଭୋଟରଙ୍କୁ ଭୋଟ କେନ୍ଦ୍ର ମଧ୍ୟରେ ପ୍ରଭାବିତ କରାଯାଉଛି ବୋଲି ମଧ୍ୟ ମୋଦି ଅଭିଯୋଗ ଆଣିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଦିଦି ଦିଲ୍ଲୀ ଯିବାର ସ୍ୱପ୍ନ ଦେଖୁଛନ୍ତି । ମାତ୍ର ଦିଲ୍ଲୀ ବହୁତ ଦୂର । ସେହିଭଳି ମୋଦି ଓ ମମତାଙ୍କ ରସଗୋଲା କାହାଣୀକୁ ନେଇ କହିଛନ୍ତି ପଶ୍ଚିମବଙ୍ଗ ମାଟିରେ ତିିଆରି ରସଗୋଲା ଖାଇବା ମୋ ପାଇଁ ସୌଭାଗ୍ୟର କଥା । ଏହି ବଙ୍ଗଳାର ମହାପୁରୁଷ ମାନଙ୍କର ଚରଣ ଧୂଳିକୁ ମୋ ପାଇଁ ପ୍ରସାଦ ସଦୃଶ । ମମତା ନିଜ ପୁତୁରାର ଥଇଥାନ ପାଇଁ ଚାଲ ଖେଳୁଛନ୍ତି । ଆହୁରି ମଧ୍ୟ ମମତାଙ୍କ କ୍ରୋଧ ପ୍ରକାଶ କରିବା କଥାକୁ ନେଇ କହିଛନ୍ତି ପରାଜୟ ଭୟତା ଯୋଗୁ ସେ ଏମିତି କରୁଛନ୍ତି ବୋଲି କହିଛନ୍ତି ମୋଦି ।