ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲ୍ୟୁକେମିୟା ଏକ ବିପଦପୂର୍ଣ୍ଣ ରୋଗ । ଏହି ରୋଗ ଯୋଗୁଁ ଶରୀରରେ ରକ୍ତ ତିଆରି ହେବା ପ୍ରକ୍ରିୟାରେ ପ୍ରଭାବ ପଡିଥାଏ । ଯାହାଦ୍ୱାରା ଲ୍ୟୁକେମିୟା ପୀଡିତଙ୍କ ଶରୀରରେ ରକ୍ତ ଅଭାବ କାରଣରୁ ଅନେକ ରୋଗ ହୋଇଥାଏ । ଯଦି ଆପଣ ସଠିକ୍ ସମୟରେ ଲ୍ୟୁକେମିୟାର ଉପଚାର କରନ୍ତି ତେବେ ଏହି ରୋଗ ଭଲ ହୋଇ ଯାଇପାରେ । ନଚେତ୍ ଆପଣ ଯଦି ଏହି ରୋଗକୁ ଅଣଦେଖା କରିବେ ତେବେ ଏହାଦ୍ୱାରା ଜୀବନ ଚାଲି ଯାଇପାରେ । ସେଥିପାଇଁ ସବୁଠାରୁ ବଡ କଥା ହେଉଛି ପ୍ରଥମେ ଲ୍ୟୁକେମିୟାର ଲକ୍ଷଣ ଜାଣିବା ସହ ଏହାର ଉପଚାର କରନ୍ତୁ ।
ଲ୍ୟୁକେମିୟାର ଲକ୍ଷଣ:
୧- ଚର୍ମ ହଳଦିଆ ପଡିବା: ଏହି ରୋଗ ହେବା ଦ୍ୱାରା ଶରୀରର ରଙ୍ଗ ହଳଦିଆ ପଡି ଯାଇଥାଏ । ଏହା ପ୍ରମୁଖ ଲକ୍ଷଣ ।
୨- ଅଧିକ ଥକ୍କା ଅନୁଭବ ହେବା: ଲ୍ୟୁକେମିୟା ପୀଡିତ ରୋଗୀ ଅଧିକ ଥକ୍କା ଅନୁଭବ କରିଥାନ୍ତି ।
୩- ବାରମ୍ବାର ଜ୍ୱର ହେବା: ଲ୍ୟୁକେମିୟା ହେବା ଦ୍ୱାରା ଶରୀରର ଇମ୍ୟୁନି ସିଷ୍ଟମ ଦୁର୍ବଳ ହୋଇଯାଇଥାଏ । ଯାହାଫଳରେ ଫ୍ଲୁ ଏବଂ ଜ୍ୱର ବାରମ୍ବାର ହୋଇଥାଏ ।
୪- ଜୋରେ ନିଶ୍ୱାସ ନେବା: ଅନେକ ସମୟରେ ଦେଖିବାକୁ ମିଳେ କି ଲୋକ ଅଧିକ ପରିଶ୍ରମ କରିବା ଦ୍ୱାରା ଜୋରରେ ନିଶ୍ୱାସ ନେଇଥାନ୍ତି । ସେହିପରି ଲ୍ୟୁକେମିୟା ହେଲେ ବି ଏଭଳି ସମସ୍ୟା ଦେଖାଯାଇଥାଏ ।
୫- ଘା’ ଶୁଖିବାରେ ବିଳମ୍ବ ହେବା: ଯଦି ଶରୀରରେ କୌଣସି କ୍ଷତ ସ୍ଥାନ ଶୀଘ୍ର ଶୁଖୁ ନାହିଁ ତେବେ ଗୋଟେ ଥର ଲ୍ୟୁକେମିୟାର ପରିକ୍ଷା କରି ନିଅନ୍ତୁ ।
ଲ୍ୟୁକେମିୟା ରୋଗ ଦୁଇ ପ୍ରକାରର ହୋଇଥାଏ । ଏଥିମଧ୍ୟରୁ ଗୋଟେ ହେଉଛି ତୀବ୍ର ଲ୍ୟୁକେମିୟା ଏବଂ ଅନ୍ୟଟି ହେଉଛି ଦୀର୍ଘ ଲ୍ୟୁକେମିୟା । ଏହି ତୀବ୍ର ଲ୍ୟୁକେମିୟା ଛୋଟ ପିଲାଙ୍କ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଇ ଥାଏ । ସେହିପରି ଦୀର୍ଘ ଲ୍ୟୁକେମିୟା ପୌଢଙ୍କ ଉପରେ ଅଧିକ ପ୍ରଭାବ ପକାଇ ଥାଏ । ଏହି ରୋଗକୁ ଏକ ପ୍ରକାରର ରକ୍ତ କର୍କଟ ବୋଲି କୁହାଯାଇଥାଏ । ଏହାଦ୍ୱାରା ଶରୀରରେ ହ୍ୱାଇଟ୍ ବ୍ଲଡ ସେଲ୍ ସଂଖ୍ୟା ଅସାମାନ୍ୟ ଭାବେ ବଢିଯାଇଥାଏ । ।