ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୃଦ୍ରିକ ଝଡ ଫନି ନେଇଛି ବାତ୍ୟାର ରୂପ । ଯାହା ଏବେ ଓଡିଶା ମୁହାଁ । ପ୍ରଥମେ ଏହା ତାମିଲ ନାଡୁ ମୁହାଁ ହୋଇଥିବା ବେଳେ ଏହା ନିଜର ଗତିପଥ ବଦଳାଇ ଓଡିଶା ମୁହାଁ ହୋଇଛି । ତେବେ ଏହା ବର୍ତ୍ତମାନ ପୁରୀ ଠାରୁ ୬୮୦ କିମି ଦୂରରେ ରହିଥିବା ବେଳେ ବିଶାଖାପାଟଣା ଠାରୁ ୪୩୦ କିଲୋମିଟର ଦୂରରେ ରହିଛି ।
ନଜର ପକାନ୍ତୁ କେଉଁଦିନ କ’ଣ ରହିବ ଫନିର ରୂପ –
୧ ମେ – ସକାଳ ୫ ଟା ୩୦ ରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପନେବ । ପବନର ବେଗ ଘଣ୍ଟାପ୍ରତି ୧୭୫ ରୁ ୧୮୫ କିଲାମିଟର ରହିବ
୨-ମେ ୧୧ ଟା ୩୦ ରେ ଏହା ଏକ୍ସଟ୍ରିମଲ ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିବର୍ତ୍ତନ ହେବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ ରୁ ୧୮୫ କିଲୋମିଟର ରହିବ
୩ ମେ – ୧୧ ଟା ୩୦ ରେ ମଧ୍ୟ ତାର ରୂପ ସମାନ ରହିବ । ଯେଉଁ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୫ ରୁ ୧୮୫ କିଲୋମିଟର ରହିବ ।
୪ ମେ – ୧୧ ଟା ୩୦ ରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ଯେତେବେଳେ ଘଣ୍ଟାପ୍ରତି ବେଗ ରହିବ ୧୨୫ ରୁ ୧୩୫ କିମି ।
୫ ମେ – ୫ଟା ୩୦ ରେ ଏହା ଡିପ ଡ୍ରିପ୍ରେସନରେ ପରିଣତ ହେବ । ବେଗ ମଧ୍ୟ ଧିରେଧିରେ କମିବ । ପାଖାପାଖି ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିବ ।
୩ ତାରିଖରେ ଅପରାହ୍ନ ୪ ଟା ସୁଦ୍ଧା ଏହାର ସିଧା ପ୍ରଭାବ ଓଡିଶା ଉପରେ ପଡିବ । ଏହା ଅପରାହ୍ନ ୪ ଟାରେ ଓଡିଶା ୁପକୂଳ ଦେଇ ଗତି କରିବ । ଯାହାର ପ୍ରଭାବରେ ଘଣ୍ଟାପ୍ରତି ପବନର ବେଗ ରହିବ ପ୍ରତି ୧୭୫ ରୁ ୧୮୫ କିଲୋମିଟର । ସେହିଭଳି ୪ ତାରିଖ ସୁଦ୍ଧା ଏହା ଜଗତସିଂହପୁର, କଟକ, ମୟୂରଭଞ୍ଜ, ଭଦ୍ରକ ଦେଇ ପଶ୍ଚିମ ଓଡିଶା ଆଡକୁ ମୁହାଁଇବ । ଫନି ପୁରୀ ଦକ୍ଷିଣରେ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଏଡିଜି କହିଛନ୍ତି ।