ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ମୁହାଁ ଫନିକୁ ନେଇ ସାରା ଓଡିଶା ଭୟରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟବିତ
ନହେବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ନବୀନ ଆହୁରି ମଧ୍ୟ ସାଧାରଣ ଲୋକଙ୍କୁ କହିଛନ୍ତି ବାତ୍ୟାର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିଛନ୍ତି । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଭୟବିତ ନ ହେଇ ଶାନ୍ତ ରୁହନ୍ତୁ ଓ ସରକାରଙ୍କୁ ସହଯୋଗ କରନ୍ତୂୁ ବୋଲି ନବୀନ ଓଡିଶାବାସୀଙ୍କୁ ନବେଦନ କରିଛନ୍ତି ।
ପୂର୍ବରୁ ଏ ନେଇ ସରକାରଙ୍କ ପକ୍ଷରୁ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବା ବେଳେ ପ୍ରଭାବିତ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ସେହିଭଳି ଏନଡିଆରଏଫ ଟିମକୁ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଳା ମାନଙ୍କୁ ଗତ କାଲି ଠାରୁ ପଠା ଯାଇଛି । ସେହିଭଳି ଶକ୍ତିବିଭାଗରେ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଗତ କାଲି ବସିଥିଲା ।
ବାତ୍ୟାପରେ କମ ସମୟ ମଧ୍ୟରେ କିଭଳି ବିଦ୍ୟୁତ ସରବରାହ କରାଯାଇ ପାରିବ ସେ ନେଇ ପ୍ରସ୍ତୁତି ବୈଠକ ହୋଇଥିଲା । ସେଭିଭଳି ବତ୍ୟା ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ୮୦ ହଜାର ଲୋକଙ୍କୁ ଆଜି ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ସାଶ୍ୱତ ମିଶ୍ର ଜିଲ୍ଲାପାଳଙ୍କ ସହିତ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।