ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଯାହାକୁ ନେଇ ଚଳିତ ଥର ଦ୍ୱାଦଶ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେଶନ ( ସିବିଏସଇ) ଚଳିତ ବର୍ଷ ମୋଟ ୮୩.୪ ପାସ ହାର ରହିଛି । ସେହିଭଳି ଚଳିତ ଥର ପରୀକ୍ଷାରେ ଦୁଇଜଣ ଛାତ୍ରୀ ପ୍ରଥମ ସ୍ଥାନରେ ରହିଛନ୍ତି । ଗାଜିଆବାଦରୁ ହସିଂକା ଶୁକ୍ଳା ଓ ଉତ୍ତର ପ୍ରଦେଶରୁ କରିଷ୍ମା ଆରୋରା ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ଚଳିତ ବର୍ଷ ଝିଅ ମାନେ ଅଧିକ ପାସ କରିଥିବା ଜଣାପଡିଛି ।
ସେହିଭଳି ପରୀକ୍ଷା ଫଳ ଜାଣିବା ପାଇଁ ସିବିଏସଇ ପକ୍ଷରୁ ଏକ ୱେସାଇଟ ରହିଛି cbse.nic.in cbseresults.nic.in ଏହି ୱେବ ସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ରେଜଲ୍ଟ ଦେଖିପାରିବେ । ସେହିଭଳି ପଞ୍ଜିକୃତ ଫୋନ ମାଧ୍ୟମରେ ମେସେଜ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ରୋଜଲ ଦେଖିପାରିବେ । ଥିରୁ ଅନନ୍ତ ପୁରମରେ ସର୍ବାଧିକ ୯୮.୨ ପ୍ରତିଶତ ପାସ ହାର ରହିଛି । ପୁଅଙ୍କ ପାସହାର ୭୯ ପ୍ରତିଶତ ରହିଥିବା ବେଳେ ଝିଅଙ୍କର ୮୮ ପ୍ରତିଶତ ପାସ ହାର ରହିଛି । ଚଳିତ ବର୍ଷ ଫେବୃଆରୀ ଓ ମାର୍ଚ୍ଚ ମାସରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହୋଇଥିଲା ।