ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି +୨ ଖାତାଦେଖା ବନ୍ଦ କରାଯାଇଛି । ଶୁକ୍ରବାରଠାରୁ ବାତ୍ୟାର ପ୍ରଭାବ ପଡିବା ପାଇଁ ଥିବା ଜିଲ୍ଲାମାନଙ୍କରେ ବନ୍ଦ ରହିବ ଖାତାଦେଖା । କିନ୍ତୁ ପ୍ରଭାବିତ ହେବାକୁ ନଥିବା ଜିଲ୍ଲା ଗୁଡିକରେ ଯୋଭଳି ଖାତା ମୂଲ୍ୟାୟନ ହେଉଥିଲା ହେହିଭଳି ଚାଲୁ ରହିବ । ତେବେ ୪ ତାରଖ ପରେ ବାତ୍ୟା ପରିସ୍ଥିତିକୁ ଦେଖି ଆଗାମି ପଦକ୍ଷେପ ନିଆଯିବ ବୋଲି ସିଏଚଏସଇ ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରସାନ୍ତ ଦାଶ ସୂଚନା ଦେଇଛନ୍ତି ।
ସାମୁଦ୍ରକି ଝଡ ‘ଫୋନି’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଛି । ଏପରିକି କେତେକ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ରାଜ୍ୟ ସରକାର ଏବଂ ପ୍ରଶାସନ ଏହି ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିସାରିଛନ୍ତି । ‘୧୦୮ ଆମ୍ବୁଲାନ୍ସ’ଠାରୁ ଆରମ୍ଭ କରି ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ପ୍ରଭାବ ପଡିବାକୁ ଥିବା ଜିଲ୍ଲା ମାନଙ୍କରୁ ମଧ୍ୟ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ଦିନ ଦୁଇଟା ସୁଦ୍ଧା ୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ସମୁଦାୟ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ଧିରେ ଧିରେ ବାତ୍ୟା ଉଗ୍ରରୂପ ନେବାରେ ଲାଗିଛି । ଏହା ଆସନ୍ତାକାଲି ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ ବେଳେ ପବନ ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିମି ହେବ । କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ ୨୦୦କିମି ରହିବ । ଡପଲର ୱେଦର ରାଡାରରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେଉଛି । ଓଡ଼ିଶାର ୪ଟି ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ ସତର୍କତା ସୂଚନା ଜାରି କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କତା ସୂଚନା ଜାରି କରାଯାଇଛି ।