କେନ୍ଦୁଝର (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଦିନ ଦ୍ୱିପ୍ରହରରେ ବାଇକରେ ଯାଉଥିବା ଜଣେ ଏଲଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବେଲାଣିପଶି-କଣ୍ଟିଆପଡା ରାସ୍ତାରେ । ଆକ୍ରମଣର ଶିକାର ହୋଇଥିବା ଏଲଆଇସି ଏଜେଣ୍ଟ ହେଲେ ଭୀମସେନ ମହାନ୍ତ । ଦୁର୍ବୃତ୍ତମାନେ ତାଙ୍କୁ ବ୍ଳେଡ କାଟିବା ପରେ ପଇସା ଲୁଟିନେଇଥିବା ପୋଲିସ ଆଗରେ କହିଛନ୍ତି ଭୀମସେନ । ଚୋରଙ୍କୁ ଧରିବା ପାଇଁ ତନାଘନା କରୁଛି ପୋଲିସ ।
ସୂଚନା ଅନୁଯାୟୀ ଗତକାଲି ଦିନ ୩ଟା ବେଳେ ବାଇକରେ ଯାଉଥିବା ଭୀମସେନଙ୍କୁ ଦୁର୍ବୃତ୍ତମାନେ ଅଟକାଇଥିଲେ । ତେବେ ସେ ସେମାନଙ୍କ କଥା ନଶୁଣି ଆଗକୁ ପଳେଇଯାଉଥିବା ବେଳେ କାବୁ କରିନେଇଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ତାଙ୍କୁ ଟଙ୍କା ମାଗିଥିଲେ । ତେବେ ଭୀମସେନ ମନା କରିବା ପରେ ସେମାନେ ତାଙ୍କୁ ବ୍ଳେଡରେ ଆକ୍ରମଣ କରିଥିଲେ । ପରେ ଭୀମସେନଙ୍କୁ କ୍ଷତାକ୍ତ କରି ଦୁର୍ବୃତ୍ତମାନେ ତାଙ୍କ ପର୍ସରୁ ୫ହଜାର ଏବଂ ବ୍ୟାଗରୁ ୮ ହଜାର ଟଙ୍କା ଲୁଟି ନେଇଥିବା ଏତଲାରେ ଲେଖିଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ପାଖରୁ ପଇସା ନେବା ପରେ ଆସିଥିବା ପଲସରରେ ଦ୍ରୃତଗତିରେ ପଳାଇଥିବା ଭୀମସେନ କହିଛନ୍ତି ।