କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ବାତ୍ୟା ପରବର୍ତ୍ତୀ ସମୀକ୍ଷା କରିବା ପାଇଁ କେନ୍ଦ୍ରାପଡା ଗସ୍ତରେ ଯାଇଛି ଶ୍ରୀ ପାଢ଼ୀ । ‘ଫୋନି’ ପ୍ରଭାବରେ ଜିଲ୍ଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବାତ୍ୟା ପୂର୍ବରୁ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଜିଲ୍ଲାରେ ଏବେ ୮୦ ପ୍ରତିଶତ ବିଜୁଳି ଆସିଥିବା ବେଳେ ଆଉ ଦୁଇଦିନ ମଧ୍ୟରେ ଶତ ପ୍ରତିଶତ ପୂରଣ ହୋଇଟିବ । ଖୁବ କମ ଦିନରେ ଶତପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ । ଭୁବନେଶ୍ୱରରୁ କିଛି ବିଦ୍ୟୁତ ଜିନିଷ ଆସୁଛି । ଏଗୁଡ଼ିକ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଏବଂ ଦିନେ କି ଦୁଇ ଦିନ ମଧ୍ୟରେ ସବୁ ଅସୁବିଧାର ସମାଧାନ ହୋଇଯିବ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ଭଲ ପ୍ରସ୍ତୁତି କରାଯାଇଥିଲା । ଜଳ ଯୋଗାଣ କାମ ପୂର୍ବରୁ କରାଯାଇଛି । ୨୭୭ ଗ୍ରାମାଞ୍ଚଳ ଜଳଯୋଗାଣ କେନ୍ଦ୍ର ମଧ୍ୟରୁ ୨୪୦ଟି କାର୍ୟ୍ୟକ୍ଷମ ଅଛି ।
ରିଲିଫ ଯୋଗାଣ କାର୍ୟ୍ୟ ପୂର୍ବ ଭଳି ଜାରି ରହିଛି ବୋଲି ଶ୍ରୀ ପାଢୀ କହିଛନ୍ତି । ଚାଷ କ୍ଷୟକ୍ଷତିର ଆକଳନ ଚାଲିଛି। କ୍ଷତିଗ୍ରସ୍ତଙ୍କୁ ସବ୍ସିଡି ଓ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସମୀକ୍ଷା ବୈଠକରେ ଜଳସମ୍ପଦ ସଚିବ ପ୍ରଦୀପ ଜେନା ଓ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।